ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପତେ ଫିଲ୍ମରେ ଦେଇଥିବା ନଗ୍ନ ଦୃଶ୍ୟ ବିଷୟରେ ଏବେ ଆଲୋଚନା କରିଛନ୍ତି। ଫିଲ୍ମ 'ବଦଲାପୁର' ପରେ ଇଣ୍ଡଷ୍ଟ୍ରିରେ ତାଙ୍କ ଛବି କିଭଳି ହୋଇ ଯାଇଥିଲା, ସେ ବିଷୟରେ ଜଣାଇଛନ୍ତି ରାଧିକା। ନିଜର ଅଭିନୟ ବଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ରାଧିକା ସଫଳ ହୋଇଥିବା ବେଳେ କିଛି ଫିଲ୍ମ ନିର୍ମାତା ତାଙ୍କୁ ଆଡଲ୍ଟ ଫିଲ୍ମ ଅଫର କରିଥିଲେ ବୋଲି କହିଛନ୍ତି ରାଧିକା।
Business Standardତାଙ୍କ କହିବା ମୁତାବକ, ମୁଁ ଫିଲ୍ମର ସ୍କ୍ରିପ୍ଟକୁ ଦେଖି ନଗ୍ନ ଦୃଶ୍ୟ ଦେଇଥାଏ। ଫିଲ୍ମ 'ବଦଲାପୁର' କାହାଣୀରେ ଦରକାର ଥିବାରୁ ମୁଁ ନଗ୍ନ ଦୃଶ୍ୟ ଦେଇଥିଲି। କିନ୍ତୁ ଏହି ଫିଲ୍ମ ପରେ ମୋତେ ଲୋକେ ଆଡଲ୍ଟ ଫିଲ୍ମ ଅଫର କରିବା ଆରମ୍ଭ କରି ଦେଇଥିଲେ। ଜଣେ ନିର୍ମାତା ମୋତେ ଆଡଲ୍ଟ କମେଡି ଫିଲ୍ମରେ କାମ କରିବା ନେଇ ଅଫର ଦେଇଥିଲେ। ଏହି ପ୍ରସ୍ତାବକୁ ମୁଁ ସଫା ସଫା ମନା କରି ଦେଇଥିଲି। ତୁମେ ଲଗାତାର ଏଭଳି ଫିଲ୍ମ କରୁଛ। ସେଥିପାଇଁ ତୁମକୁ ଏଭଳି ଫିଲ୍ମ ଅଫର କରାଯାଉଛି ବୋଲି କହି ସେ ମୋତେ ଫିଲ୍ମର ଅଫର ଦେଇଥିଲେ। ଯାହା ଶୁଣିବା ପରେ ଦ୍ବିତୀୟ ଥର ନ ଭାବି ମୁଁ ଫିଲ୍ମ କରିବାକୁ ମନା କରିଥିଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ବ-16.jpg)