ମୁମ୍ବାଇ: ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍’ ରିଲିଜ୍ ହେବା ପରେ ଏବେ ବଲିଉଡ୍ରେ ଅଭିନେତା ବିକି କୌଶଲଙ୍କ ଡିମାଣ୍ଡ ବଢ଼ିବାରେ ଲାଗିଛି । ଫିଲ୍ମ ପରେ ଫିଲ୍ମର ଅଫର ମିଳି ଚାଲିଥିବା ବେଳେ ଏବେ ଦର୍ଶକଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ବଢ଼ିବାରେ ଲାଗିଛି । ତେବେ କିଛି ଦିନ ତଳେ ହର୍ଲିନ ସେଠୀଙ୍କ ସହ ତାଙ୍କର ବ୍ରେକ୍ଅପର ଖବରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପରେ ସେ କ୍ୟାଟ୍ରିନାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ କିଛି ଦିନ ପରେ ତାହା ଗୁଜବ ବୋଲି ଜଣା ପଡ଼ିଥିଲା । ତେବେ ନେହା ଧୁପିଆଙ୍କ ଚାଟ୍ ସୋ’କୁ ଯାଇ ଅଭିନେତ୍ରୀ ରାଧିକା ଆପ୍ତେ ବିକିଙ୍କ ପ୍ରେମିକାକୁ ନେଇ ଚାଲୁଥିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି ।
/sambad/media/post_attachments/wp-content/uploads/2019/07/a-300x159.jpg)
ସୋ’ରେ କେଉଁ ପ୍ରେମୀଯୁଗଳ ନିଜ ସଂପର୍କକୁ ସାମ୍ନାକୁ ଆଣିବା ଦରକାର ବୋଲି ପଚରାଯିବା ପରେ, ବିକି ଜଣେ ଭଲ ଝିଅକୁ ଏବେ ଭଲ ପାଉଛନ୍ତି । ମୋ ହିସାବରେ ସେମାନଙ୍କୁ ନିଜ ସଂପର୍କକୁ ବାହାରକୁ ଆଣିବା ଦରକାର ବୋଲି କହିଥିଲେ ରାଧିକା । ରାଧିକା କାହାର ନଁା ନ ନେଇ ବିକି ପ୍ରେମ ସଂପର୍କରେ ଥିବା ନେଇ ସ୍ପଷ୍ଟ କରିଥିଲେ । କିନ୍ତୁ ବିକିଙ୍କ ଇନ୍ଷ୍ଟା ପୋଷ୍ଟରୁ ଏହା ସଫା ସଫା ଜଣା ପଡ଼ୁଛି କି, ସେ ‘ବିୟଣ୍ଡ ଦ କ୍ଲାଉଡ୍’ସର ଅଭିନେତ୍ରୀ ମାଲବିକା ମୋହନନଙ୍କୁ ଡେଟ୍ କରୁଛନ୍ତି । କିଛି ଦିନ ତଳେ ବିକି ଏକ ଭିଡିଓ ସେୟାର କରିଥିଲେ । ଯାହାର କ୍ୟାପ୍ସନରେ, "ରବିବାର ମଧ୍ୟାହ୍ନରେ ସାଉଥ ଇଣ୍ଡିଆନ ଖାଦ୍ୟ ଖାଇ ଜୀବନ ମଣି ରତନମ୍ଙ୍କ ଫିଲ୍ମ ଭଳି ହୋଇ ଯାଇଛି" ବୋଲି ଲେଖିଥିଲେ ବିକି । ବିକି ଏବଂ ମାଲବିକା ଦୁହେଁ ଦୁହିଁଙ୍କୁ ଛୋଟବେଳୁ ଜାଣିଥିବା ଜଣା ପଡ଼ିଛି ।