ନିଜ ଅଭିନୟ କ୍ୟାରିୟର୍ରେ କୁଆଡ଼େ ପ୍ଲାଷ୍ଟିକ୍ ସର୍ଜରୀ ହେବାକୁ ଯାଉଛି। ଏଥିପାଇଁ ଅଭିନେତ୍ରୀ ରାଧିକା ଆପ୍ତେ କହିଛନ୍ତି- ମୁଁ ଗୋଟେ ଉଲ୍ଲୁ ଚରିତ୍ରରେ ଅଭିନୟ କରିବାକୁ ଚାହୁଛି। ଜି-୫ରେ ପ୍ରଦର୍ଶିିତ ହେବାକୁ ଯାଉଥିବା ରାଧିକାଙ୍କ ଅଭିନୀତ ଫିଲ୍ମ ‘ଫରେନ୍ସିକ୍’ରେ ଜଣେ ମନସ୍ତତ୍ତ୍ବବିତ୍ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ବିକ୍ରାନ୍ତ ମାସୀ ଯାହାଙ୍କ ଚରିତ୍ରର ନାଁ ରହିଛି ଜନ୍ନି ଖାନ୍ନା ଆଉ ରାଧିକାଙ୍କ ଚରିତ୍ରର ନାଁ ରହିଛି ମେଘା ଶର୍ମା। ରାଧିକା ଏଥିରେ ଜଣେ ପୋଲିସ୍ ଅଫିସର ଅଛନ୍ତି। ବଲିଉଡ୍ର ଏଇ ଚଳଚ୍ଚିତ୍ରଟି ମାଲୟାଲମ୍ ମୁଭି ‘ଫରେନ୍ସିକ୍’ର ରିମେକ୍।
ଏଥିରେ ରାଧିକାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ବାଧ୍ୟ କରାଯାଇଛି। ରାଧିକା ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ସେ ଅଭିନୟ ଜଗତରେ ପାଦ ଦେଲେ ସେତେବେଳେ ତାଙ୍କ ଶରୀର, ମୁଖ, ନାକ ଓ ପାଦକୁ ନେଇ ଅନେକ ପ୍ରକାର ଅବତାରଣା କରାଯାଇଥିଲା। ସେ କହିଛନ୍ତି ତାଙ୍କ ଶରୀରକୁ ନେଇ କିଛି ଚଳଚ୍ଚିତ୍ର ପରିକଳ୍ପିତ ହେଇଛି। ଯେମିତିକି ମାଂଝୀ, ବାଃ ଲାଇଫ୍ ହୋ ତୋ ଐସେ, ରକ୍ତଚରିତ୍ର, ଆଇ ଆମ୍, ସୋର ଇନ୍ ଦ ସିଟି, ହଣ୍ଟର, ଦ ବ୍ରାଇଟ ଡେ, କବାଲି, ପ୍ୟାଡ୍ ମେନ୍, ଲଷ୍ଟ େଷ୍ଟାରିଜ୍, ଅନ୍ଧାଧୂନ୍, ରାତ ଅକେଲି ହୈ। ଏସବୁ ତ ଗଲା ବଲିଉଡ୍ ବା ହିନ୍ଦୀ ଚଳଚ୍ଚିତ୍ରର କଥା। ଏହା ବ୍ୟତୀତ ରାଧିକା ଇଂରେଜୀ ଫିଳ୍ମ ଦ ୱେଡିଙ୍ଗ୍ ଗେଷ୍ଟ୍, ଦ ଆଶ୍ରମ, ଏ କଲ୍ ଟୁ ସ୍ପାଇ ଏବଂ ତାମିଲ ଚଳଚ୍ଚିତ୍ର ‘କବାଲି’ ଓ ‘ଭେତ୍ରୀ ସାଲ୍ଭାନ୍’, ତେଲୁଗୁ ଫିଲ୍ମ ‘ଲିଅନ୍’ ଓ ମାଲୟାଲମ୍ ମୁଭି ‘ହାରାମ୍’, ମରାଠୀ ମୁଭି ‘ପୋଷ୍ଟକାର୍ଡ’, ‘ତୁକାରାମ’, ‘ହେ ଭାରତ ମଜା’, ବେଙ୍ଗଲୀ ଫିଲ୍ମ ‘ଅନ୍ତଃହୀନ’ ଓ ‘ପେଣ୍ଡୁଲମ୍’ ଏବଂ ଓଡ଼ିଆ ଓ ହିନ୍ଦୀ ଦ୍ବିଭାଷୀ ଚଳଚ୍ଚିତ୍ର ‘କୌନ୍ କିତ୍ନେ ପାନୀ ମେ’ ଆଦିରେ ସେ ଅଭିନୟ କରିଛନ୍ତି। ‘ରଙ୍ଗବତୀ’ ଗୀତରେ ନୃତ୍ୟାଭିନୟ କରି ସେ ମଧ୍ୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଳ୍ପ ସମୟର କ୍ୟାରିୟର ଭିତରେ ରାଧିକା ଚମତ୍କାର ଅଭିନୟ କରି ବେଶ୍ ଚର୍ଚ୍ଚିତ ହେଇଛନ୍ତି।