ଭୁବନେଶ୍ୱର : ସବୁବେଳେ ନୂଆ ନୂଆ ମନୋରଞ୍ଜନର କାର୍ଯ୍ୟକ୍ରମ ପରିବେଷଣ କରୁଥିବା ‘ରେଡ଼ିଓ ଚକଲେଟ୍’ ସଙ୍ଗୀତପ୍ରେମୀମାନଙ୍କ ପାଇଁ ତିଆରି କରିଛି ଆଉ ଏକ ନୂଆ ଗୀତ। ସଙ୍ଗୀତପ୍ରେମୀଙ୍କୁ ଉପହାର ସଦୃଶ ରେଡିଓ ଚକଲେଟ ତରଫରୁ ରିଲିଜ ହୋଇଛି ଆଉ ଏକ ନୂଆ ରୋମାଣ୍ଟିକ ଗୀତ ‘ହଜାରେ ହୃଦୟ’। ଏହି ଗୀତରେ ଲୋକପ୍ରିୟ ଗାୟକ ହ୍ୟୁମାନ୍ ସାଗର କଣ୍ଠଦାନ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି କାର୍ତ୍ତିକ କୁମାର ।
ଏହି ରୋମାଣ୍ଟିକ୍ ଗୀତ ରଚନା କରିଛନ୍ତି ଗୁରୁ ଶତପଥୀ । ସଂଗ୍ରାମ ମିଶ୍ର ଓ ସୌମିତ୍ରୀ ପଲାଇଙ୍କ ତତ୍ତ୍ୱାବଧାନରେ ସୃଜନ କମ୍ୟୁନିିକେସନରେ ଗୀତଟିର ପୋଷ୍ଟ ପ୍ରଡକସନ ହୋଇଛି। ଗୀତଟି ରିଲିଜ ହେବା ପରେ ଉଭୟ ରେଡିଓ ଓ ସୋସିଆଲ ମିଡ଼ିଆରେ ଉଚ୍ଚପ୍ରଂଶସିତ ହେବାରେ ଲାଗିଛି। ଦର୍ଶକମାନେ ଗୀତଟିର ଷ୍ଟୁଡିଓ ଭର୍ସନ ରେଡିଓ ଚକଲେଟର ଅଫିସିଆଲ ୟୁଟ୍ୟୁବ ପେଜରେ ଦେଖିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/hajare-hrudaya-ff.jpg)