ଭୁବନେଶ୍ୱର : ଶ୍ରୋତାଙ୍କୁ ମିଠା ମିଠା ଗୀତର ସ୍ୱାଦ ଦେଇଚାଲିଛି ରେଡିଓ ଚକଲେଟ୍। ସପ୍ତାହ ପରେ ସପ୍ତାହ ଜାରି ରହିଛି ଏହି ସଂଗୀତମୟ ଧାରା। ପୁଣି ଏକ ନୂଆ ସ୍ୱାଦର ଗୀତ ଭେଟି ଦେଇଛି ଓଡ଼ିଶାର ନମ୍ବର ଓ୍ଵାନ୍ ଏଫ୍ଏମ୍ ରେଡ଼ିଓ ଚକଲେଟ୍ । ସବୁଥର ଭଳି ଏଥର ମଧ୍ୟ କିଛି ଅଲଗା କରିବାକୁ ପ୍ରୟାସ ହୋଇଛି। ୟଙ୍ଗ ସେନ୍ସେନନ୍ ହ୍ୟୁମନ୍ ସାଗର ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଥିବା ରୋମାଣ୍ଟିକ ଗୀତ ‘ଲଭ୍ ଗେମ୍’ ରିଲିଜ କରିଛି ରେଡିଓ ଚକଲେଟ୍। ରେଡିଓରେ ବାଜୁ ବାଜୁ ଶ୍ରୋତାମାନଙ୍କର ମନ ଜିଣିବା ଆରମ୍ଭ କରିଛି ଏହି ଗୀତ ।
ଜୁନ୍ ୧୮ରେ ରିଲିଜ ହୋଇଥିବା ‘ଲଭ୍ ଗେମ୍’ର ଷ୍ଟୁଡିଓ ଭର୍ସନ୍କୁ ଏ ଭିତରେ ହଜାର ହଜାର ଅଧିକ ଦର୍ଶକ ୟୁଟ୍ୟୁବରେ ଦେଖି ସାରିଲେଣି । ଗୀତଟିକୁ ଗୁରୁ ଶତପଥୀ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ କୁମାର । ପୋଷ୍ଟର ଡ଼ିଜାଇନ୍ ଦାୟିତ୍ୱ ହାଡ଼ୁ କିଶୋର ତୁଲାଇଥିବା ବେଳେ ପୋଷ୍ଟ ପ୍ରଡ଼କ୍ସନ ଦାୟିତ୍ୱରେ ରହିଛି ସୃଜନ୍ ଫିଲ୍ମସ୍ । ଏହା ସହ ଏହାର କ୍ରିଏଟିଭ୍ ସୁପରଭିଜନ୍ ଦାୟିତ୍ୱରେ ରହିଛନ୍ତି ସଂଗ୍ରାମ ମିଶ୍ର ।