ରେଡିଓ ଚକ୍‌ଲେଟ୍‌ରେ ମୁକ୍ତିଲାଭ କରିଛି ‘କାହିଁକି ଆକାଶେ ରଙ୍ଗ ଲାଗିଛି’

ଭୁବନେଶ୍ୱର : ଓଡିଆ ସଙ୍ଗୀତ ପ୍ରେମୀଙ୍କୁ ଦଶହରା ପୂଜାପାଇଁ ରେଡିଓ ଚକ୍‌ଲେଟ୍ ଭେଟିଦେଇଛି ଏକ ଖାଣ୍ଟି ଓଡିଆ ଗୀତ “କାହିଁକି ଆକାଶେ ରଙ୍ଗ ଲାଗିଛି”। ଗତକାଲି ଗୀତଟିର ଅଡ଼ିଓ ରେଡିଓ ଚକ୍‌ଲେଟ୍‌ରେ ମୁକ୍ତି ଲାଭ କରିଥିବା ବେଳେ, ଗୀତର ଷ୍ଟୁଡିଓ ଭର୍ସନ୍‌ର ଭିଡ଼ିଓ ରେଡିଓ ଚକ୍‌ଲେଟର ଅଫିସିଆଲ୍ ୟୁ ଟ୍ୟୁବ୍ ଚ୍ୟାନେଲ୍‌ରେ ମଧ୍ୟ ମୁକ୍ତିଲାଭ କରିଛି।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ରଂଞ୍ଜନ କୁମାର ଦାସ ଗୀତଟିକୁ ଲେଖିଥିବା ବେଳେ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦ୍ଦେଶକ ଗୁଡୁଲି ରଥ ଏବଂ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଓ ଦୀପ୍ତିରେଖା ପାଢୀ। ରୋମାଣ୍ଟିକ୍ ଗୀତଟି ମୁକ୍ତିଲାଭ କରିବା ପରେ ଅସମ୍ଭବ ଭାବରେ ଆଦୃତି ଲାଭ କରିଛି। ଏହାର କାରଣ ଖୋଜି ବସିଲେ ଉତ୍ତର ଆସିବ, ଗୀତଟିର ଶବ୍ଦ ସଂଯୋଜନା ଉଚ୍ଚକୋଟିର, ସଙ୍ଗୀତ ଭିନ୍ନ ଧରଣର ଏବଂ କଣ୍ଠଶିଳ୍ପୀ ମାନଙ୍କର କଣ୍ଠର ମୁର୍ଚ୍ଛନା ଶ୍ରୁତି ମଧୁର। ଏହି ପରି ଆହୁରି ଅନେକ ଗୀତ ରେଡିଓ ଚକ୍‌ଲେଟ୍‌ରେ ମୁକ୍ତି ଲାଭ କରିବାକୁ ଯାଉଛି, ଯାହାକି ସଂଗୀତ ପ୍ରେମୀଙ୍କୁ ଅଧିକ ଆନନ୍ଦ ଦେବ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର