ଅପେକ୍ଷାର ଅନ୍ତହେଲା : ଗଣେଶ ପୂଜାରେ ଆସୁଛି ରେଡିଓ ଚକଲେଟର ‘ଆପ୍’ LatestLeadingମନୋରଞ୍ଜନ By Sambad Digital Last updated Sep 13, 2018 ସେୟାର ଭୁବନେଶ୍ୱର : ୨୦୦୭ରୁ ରେଡିଓ ଚକଲେଟ ଭୁବନେଶ୍ୱର ଓ ରାଉରକେଲାରୁ ପ୍ରସାରଣ ଆରମ୍ଭ କରି ଅଳ୍ପ ଦିନ ମଧ୍ୟରେ ଶ୍ରୋତାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିଲା । କେବଳ ଗୀତ ନୁହେଁ, ରେଡିଓ ଚକଲେଟ କାହାଣୀ, ନାଟକ, ପାଲା, ଗୀତିନାଟ୍ୟ ସବୁ କ୍ଷେତ୍ରରେ ମନୋରଂଜନର ମାଧ୍ୟମ ହେଲା । ବର୍ଷ ପରେ ବର୍ଷ ଲୋକପ୍ରିୟତାର ଶୀର୍ଷରେ ରହି ୧୨ବର୍ଷ ଅତିକ୍ରମ କରିସାରିଲାଣି ରେଡିଓ ଚକଲେଟ । Sambad is now on WhatsApp Join and get latest news updates delivered to you via WhatsApp Join Now ବର୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଖୁବ ବଢି ଯାଇଥିବା ବେଳେ, କେବଳ ଓଡ଼ିଶାର ସୀମିତ ନେଟୱର୍କ ମଧ୍ୟରେ ନୁହେଁ ଓଡ଼ିଶା ବାହାରେ ଓ ଦେଶବିଦେଶରେ ଶ୍ରୋତାମାନେ ରେଡିଓ ଚକଲେଟକୁ ଇଣ୍ଟରନେଟରେ ଆପ୍ ମାଧ୍ୟମରେ ଶୁଣିବାକୁ ଦାବି ଓ ଅନୁରୋଧ କରିଆସୁଥିଲେ । ଶ୍ରୋତାମାନଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଯାଇ ରେଡିଓ ଚକଲେଟର ନିର୍ଦେଶିକା ତନୟା ପଟ୍ଟନାୟକ ଆପ୍ କରିବା ପାଇଁ ପ୍ରୟାସ ଆରମ୍ଭ କଲେ, ଯାହା ଆଜି ଗଣେଶପୂଜାରେ ଇଣ୍ଟରନେଟରେ ଶ୍ରୋତାମାନଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଏବେ ରେଡିଓ ଚକଲେଟ ଶୁଣିବାକୁ ଓଡ଼ିଶାରେ ରହିବାକୁ ପଡ଼ିବନି । ବିଶ୍ୱର ଯେଉଁଠି ବି ରହିଲେ ବି ରେଡିଓ ଚକଲେଟକୁ ଶୁଣି ହେବ ମୋବାଇଲର ଗୋଟେ କ୍ଲିକରେ । ରେଡିଓ ଚକଲେଟର ଏହି ଆପର ଆଉ ଏକ ବିଶେଷତ୍ୱ ହେଲା, ଗୋଟେ ଆପରେ ଶ୍ରୋତାମାନେ ୬ଟି ରେଡିଓ ଷ୍ଟେସନ ଶୁଣି ପାରିବେ । ରେଡିଓ ଚକଲେଟ ସହିତ ରେଡିଓ ଭକ୍ତି, ଷ୍ଟୋରି ଷ୍ଟେସନ, ରେଡିଓ ନାଟକ, ଲଭ୍ ଷ୍ଟେସନ, ଚକଲେଟ ମଜାକଥା ଏହି ପରି ଛଅଟି ଷ୍ଟେସନ । ରେଡିଓ ଭକ୍ତିରେ ଚବିଶ ଘଣ୍ଟା ଭଜନ ଓ ଆଧ୍ୟାତ୍ମକ କାର୍ଯ୍ୟକ୍ରମ, ଷ୍ଟୋରି ଷ୍ଟେସନରେ ଚବିଶ ଘଣ୍ଟା କାହାଣୀ, ଲଭ ଷ୍ଟେସନରେ ପ୍ରେମକୁ ନେଇ କାହାଣୀ, ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ, ରେଡିଓ ନାଟକରେ ଚବିଶ ଘଣ୍ଟା ଓଡ଼ିଆ ନାଟକ, ଚକଲେଟ ମଜାକଥାରେ କମେଡି କ୍ୟାପସୁଲଠୁ ନେଇ ନାଟକ ଯାଏ । ଏମିତି ଶ୍ରୋତାମାନେ ନିଜ ରୁଚି ଅନୁସାରେ ଯେ.କୌଣସି ଷ୍ଟେସନ ଶୁଣିପାରିବେ । ଏହି ଆପକୁ ନିର୍ମାଣ କରିବାକୁ ୟୁନିଡ୍ରିମ କନସଲଟାନସି ସର୍ଭିସେସ ପ୍ରାଇଭେଟ ଲିମିଟେଡ ସହାୟତା ଯୋଗାଇ ଦେଇଛନ୍ତି । ଏହି ଆପଟି ଆଣ୍ଡ୍ରଏଡ ମୋବାଇଲରେ ଗୁଗଲ ପ୍ଲେଷ୍ଟୋରରେ ଓ ଆପଲ୍ ମୋବାଇଲରେ ଆପଲ୍ ଷ୍ଟୋରରେ ଉପଲବ୍ଧ ହେବ । ରେଡିଓ ଚକଲେଟର ଲୋଗୋ ଥିବା ଅଫିସିଆଲ ଆପକୁ ଶ୍ରୋତାମାନେ ଡାଉନଲୋଡ କରି ରେଡିଓ ଚକଲେଟର ଏହି ୬ଟି ଷ୍ଟେସନ ଶୁଣି ପାରିବେ । ନିମ୍ନରେ ଦିଆ ଯାଇଥିବା ଲିଙ୍କକୁ କ୍ଲିକ୍ କରି ଆପକୁ ଡାଉନଲୋଡ କରି ପାରିବେ । Install Radio Choklate