ବଲିଡଡ୍‌ ଅଭିନେତା ନରେନ୍ଦ୍ର ଝାଙ୍କର ହୃଦ୍‌ଘାତରେ ପରଲୋକ

ମୁମ୍ବାଇ : ବର୍ଷ ଆରମ୍ଭରୁ ଅନେକ ପ୍ରସିଦ୍ଧ ବଲିଉଡ୍‌ କଳାକରଙ୍କର ପରଲୋକ ହୋଇଥିବା ବେଳେ ଆଜି ପୁଣି ଜଣେ ଅଭିନେତାଙ୍କର ପରଲୋକ ଘଟିଛି । ଭାରତର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଅକାଳ ବିୟୋଗର ଦୁଃଖ ଲୋକମାନଙ୍କ ମନରୁ ଲିଭି ନଥିବା ବେଳେ ଆଜି ପୁଣି ଜଣେ ଚର୍ଚ୍ଚିତ କଳାକାରଙ୍କର ମୃତ୍ୟୁ ହୋଇଛି । ନିଜ ନିଆରା ଏବଂ ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର କରି ପ୍ରସିଦ୍ଧ ହୋଇଥିବା ଅଭିନେତା ନରେନ୍ଦ୍ର ଝାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ମଙ୍ଗଳବାର ଭୋର ୪ଟାରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Pinkvilla

ନରେନ୍ଦ୍ରଙ୍କ ଡ଼୍ରାଇଭରଙ୍କ କହିବା ଅନୁଯାୟୀ, ସେ ସୋମବାର ସଂପୂର୍ଣ୍ଣ ସୁସ୍ଥ ଥିଲେ । ଆମମାନଙ୍କର ସହ ଭଲରେ କଥା ହେବା ସହ ରାତି ଖାଇବା ଖାଇ ସେ ଶୋଇବାକୁ ଚାଲି ଯାଇଥିଲେ । ହଠାତ ଭୋର ୪ଟାରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଆମେ ତାଙ୍କ ପାଖକୁ ଯିବା ସହ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନେଇଥିଲୁ । କିନ୍ତୁ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । 

Koimoi

ବିହାରର ମଧୁବନିରେ ଜନ୍ମ ହୋଇଥିବା ନରେନ୍ଦ୍ର ଝା ନିଜ କ୍ୟାରିୟର ଛୋଟ ପରଦାରୁ ଆରମ୍ଭ କରିଥିଲେ । କେବଳ ଛୋଟ ପରଦାରେ ନୁହେଁ ବରଂ ବଡ଼ ପରଦାରେ ମଧ୍ୟ ସେ କମାଲ ଦେଖାଇଥିଲେ । ଫିଲ୍ମ ରଇଜ୍‌, ହାଇଦର, କାବିଲ, ମହେଞ୍ଜୋ ଦାରୋ, ଘାଏଲ ଓ୍ଵାନ୍ସ ଏଗେନ ଭଳି ସିନେମା କରି ସାରିଥିବା ବେଳେ ଆଗକୁ ସଲମାନ ଖାନ୍‌ ଅଭିନୀତ ଫିଲ୍ମ ରେସ୍‌-୩ରେ ମଧ୍ୟ ସେ ନଜର ଆସିଥାନ୍ତେ ବୋଲି ଜଣା ପଡ଼ିଛି । ନରେନ୍ଦ୍ର ଝାଙ୍କ ଅକାଳ ବିୟୋଗରେ ବଲିଉଡ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ।

ସମ୍ବନ୍ଧିତ ଖବର