ଡ୍ୟାନ୍‌ସର୍‌ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିବା ରାଘବ ଜୁୟାଲ୍‌ ଏବେ ଅଭିନୟମୁହାଁ ହୋଇଛନ୍ତି। ନିଜର ଭିନ୍ନ ନୃତ୍ୟ ଶୈଳୀ ପାଇଁ ପ୍ରଥମ ଅଡିସନ୍‌ରୁ ହିଁ ଲୋକପ୍ରିୟ ହୋଇଥିଲେ ରାଘବ। ରିୟାଲିଟି ସୋ’ ଡ୍ୟାନ୍‌ସ୍‌ ଇଣ୍ଡିଆ ଡ୍ୟାନ୍‌ସ୍‌ ପ୍ରତିଯୋଗୀ ଭାବେ ଆସିଥିବା ରାଘବ ଆଜି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ କଳାକାର। ତାଙ୍କ ବଲିଉଡ୍‌ ଡେବ୍ୟୁ ଫିଲ୍ମ ‘କିଲ୍’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍ ହେବାପରେ ଏବେ ତାଙ୍କ ପାଖରେ ଅନେକ ଫିଲ୍ମର ଅଫର୍‌। କିଛି ସପ୍ତାହ ତଳେ ନେଟ୍‌ଫ୍ଲିକ୍ସରେ ତାଙ୍କର ସିରିଜ୍ ‘ବ୍ୟାଡ୍‌ସ୍‌ ଅଫ୍ ବଲିଉଡ୍‌’ ରିଲିଜ୍ ହୋଇଛି। ବଲିଉଡ୍‌ରେ କମାଲ କରିବା ପରେ ଏବେ ରାଘବ ‌ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି।

Advertisment

ଖୁବ୍‌ଶୀଘ୍ର ସେ ନ୍ୟାଚୁରାଲ୍‌ ଷ୍ଟାର୍‌ ନାନିଙ୍କ ସହ ଫିଲ୍ମ ‘ଦ ପାରାଡାଇଜ୍‌’ରେ ନଜର ଆସିବେ। ଏହି ସୁଯୋଗ ମିଳିବା ପରେ ରାଘବ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘‘ମୋର ପରବର୍ତ୍ତୀ ଫିଲ୍ମ ‘ଦି ପାରାଡାଇଜ୍’ ନିଶ୍ଚୟ ଦେଖିବେ। ନାନିଙ୍କ ସହିତ କାମକରି ମୁଁ ନିଜକୁ ବହୁତ ଭାଗ୍ୟବାନ୍‌ ମନେକରୁଛି। ଏହା ଏକ ପ୍ୟାନ୍ ୱାର୍ଲ୍ଡ ଫିଲ୍ମ। ଫିଲ୍ମଟି ସ୍ପାନିସ୍, ତେଲୁଗୁ, ତାମିଲ୍, ଇଂରାଜୀ, ବେଙ୍ଗଲୀ, କନ୍ନଡ଼, ମଲୟାଲମ୍‌ ଓ ହିନ୍ଦୀ ଭାଷାରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଶ୍ରୀକାନ୍ତ ଓଡେଲା ଦେଇଛନ୍ତି।’’ ୨୦୨୬ ମାର୍ଚ୍ଚ ୨୬ରେ ରିଲିଜ୍‌ ହେଉଥିବା ‘ଦି ପାରାଡାଇଜ୍’ରେ ଜାହ୍ନବୀ କପୁର୍‌ ମୁଖ୍ୟ ଭୂମିକାରେ ନଜର ଆସିବେ।