ପ୍ରେକ୍ଷାଳୟକୁ ଆସିବ ‘ରଘୁ ସର୍ଦ୍ଦାର’

ଓଡ଼ିଆ ସଂଗ୍ରାମୀ ରଘୁ ପଟ୍ଟନାୟକ। ଓଡ଼ିଶାରେ ଜନ୍ମ କିନ୍ତୁ ତାଙ୍କ କର୍ମକ୍ଷେତ୍ର ଥିଲା କୋଲକାତା। ଯେତେବେଳେ ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର। କୋଲକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ରଘୁ ହିଁ ଇଂରେଜ ବିରୋଧରେ ସ୍ବର ଉଠାଇଥିଲେ। ଧୀରେ ଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହେଇଥିଲେ। ରଘୁ ପଟ୍ଟନାୟକ ଏହାପରେ ରଘୁ ସର୍ଦ୍ଦାର ଭାବେ ପରିଚିତ ହେଲେ।

ତାଙ୍କରି ସଂଗ୍ରାମୀ ଜୀବନୀ ଉପରେ ପର୍ଯ୍ୟବସିତ ନୂଆ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ର କାହାଣୀ। ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଡା. ବିଶ୍ୱରଂଜନ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି। ସଂଳାପ ଲେଖିଛନ୍ତି ରଜନୀରଂଜନ ଏବଂ ସଂଗୀତ ସଜାଇଛନ୍ତି ବିକାଶ ଶୁକ୍ଳା। ଚଳଚ୍ଚିତ୍ରଟି ଖୁବ୍‌ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ କହିଛନ୍ତି। ‘ସହିଦ ରଘୁ ସର୍ଦ୍ଦାର’ରେ ମୁଖ୍ୟ ଭୂମିକାରେ ଅଛନ୍ତି ଦେବାଶିଷ ଓ କାବ୍ୟାକିରଣ। ଏ ଦୁହିଁଙ୍କ ବ୍ୟତୀତ ରୁଦ୍ର, ଜିନା, ସନ୍ତୋଷ, ଟ୍ବିଙ୍କଲ୍, ସୁଧାକର ବସନ୍ତ ଓ ନିର୍ଦ୍ଦେଶକ ରାଜୀବ ମହାନ୍ତିଙ୍କୁ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର