ଭୁବନେଶ୍ୱର: ରାଗିଣୀ ଜଣେ ବଙ୍ଗୀୟ ନାୟିକା ହେଲେ ବି ଏକାଧିକ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ଏଥିମଧ୍ୟରୁ ରାଗିଣୀ ଗୋଟିଏ ସିନେମାରେ ସବ୍ୟସାଚୀଙ୍କ ସହ ଅନ୍ସ୍କ୍ରିନ୍ ରୋମାନ୍ସ କରିଛନ୍ତି , ଯାହା ତାଙ୍କୁ ଖୁବ୍ ଚର୍ଚ୍ଚାରେ ରଖିଥିଲା। ହଁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ମୁଁ ଏକା ତୁମର’ରେ ସବ୍ୟସାଚୀ-ରାଗିଣୀଙ୍କ ରୋମାନ୍ସ ଦେଖିବାକୁ ମିଳିଥିଲା। ଏଥିରେ ଅବଶ୍ୟ ଅର୍ଚ୍ଚିତା ବି ଅଭିନୟ କରିଥିଲେ।
ଏବେ ରାଗିଣୀ ଫେରିଛନ୍ତି ଓଲିଉଡ ପରଦାକୁ। ସେ ଏବେ ଯେଉଁ ନୂଆ ଓଡ଼ିଆ ସିନେମାରେ କାମ କରୁଛନ୍ତି,ସେହି ଫିଲ୍ମର ଟାଇଟଲ୍ ହେଲା ‘ଦେଖା ହେଲା ପ୍ରେମ ହେଲା’।ଏହି ସିନେମାରେ ରାଗିଣୀ ପ୍ରଥମ ଥର ପାଇଁ ଦୁଇ ଜଣ ନାୟକଙ୍କ ନାୟିକା ବନିଛନ୍ତି।ଏହି ଦୁଇ ନାୟକ ହେଲେ ଅଭିଷେକ ଓ ମଣ୍ଟୁ।
ଏ ଦୁହେଁ ରାଗିଣୀଙ୍କ ସହିତ ପ୍ରଥମ ଥରପାଇଁ ‘ଦେଖା ହେଲା ପ୍ରେମ ହେଲା’ରେ କାମ କରୁଛନ୍ତି। ଏହା ଏକ ପ୍ରେମ ତ୍ରିକୋଣଧର୍ମୀ ସିନେମା। ରମେଶ ବାରିକ ଏହାର ପ୍ରଯୋଜନା କରିଥିବା ବେଳେ ଟି.ଗଣେଶ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି।