ସବୁ ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ସାଥ୍ ପାଇଛନ୍ତି ଓଲିଉଡର ଲୋକପ୍ରିୟ ନାୟିକା ରାଗିଣୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ରାଗିଣୀ ଏଯାବତ୍ କମସଂଖ୍ୟକ ଓଡ଼ିଆ ଛବିରେ କାମ କରିଛନ୍ତି। ଜଣେ ବଙ୍ଗୀୟ ନାୟିକା ହେଲେ ବି ଦର୍ଶକ ତାଙ୍କୁ ଓଡ଼ିଆ ସିନେମାରେ ପସନ୍ଦ କରିଛନ୍ତି। ଉଲ୍ଲେଖନୀୟ କଥା ହେଲା ଯେ ଏଯାଏ ଯେଉଁ ସବୁ ନାୟକଙ୍କ ସହ କାମ କରିଛନ୍ତି, ଥରେ ମାତ୍ର ସେମାନଙ୍କର ସାଥ୍ ପାଇଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ଦୀପକ।

ଯେଉଁ ସିନେମାରେ ଦୀପକ-ରାଗିଣୀ ଯୋଡ଼ିକୁ ଦେଖିବାକୁ ମିଳିଥିଲା, ତାହାହେଲା ‘ତୁ ଥିଲେ ସାଥୀରେ’। ସଂଜୟ ନାୟକଙ୍କ ନିର୍ଦେଶିତ ‘ତୁ ଥିଲେ ସାଥୀରେ’ ରେ ଦୀପକ ଓ ରାଗିଣୀ ପ୍ରଥମ ଥର ଓ ଶେଷ ଥର ଲାଗି ଏକାଠି ନଜର ଆସିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି ଓ ବୀଣା ମହାରଣା ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଥିଲେ। ଚତୁର୍ଭୁଜ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଛବିର ପ୍ରଯୋଜକ ହେଲେ ଯୁଗାଂଶୁ ଶେଖର ପଣ୍ଡା। ପ୍ରେମ ଆନନ୍ଦ ଥିଲେ ଏହାର ସଙ୍ଗୀତକାର।

ଏଣେ, ରାଗିଣୀ ସୁଶାନ୍ତ ମଣିଙ୍କ ନିର୍ଦେଶିତ ‘ମୁଁ ଏକା ତୁମର’ରେ ସବ୍ୟସାଚୀ, ଦିଲୀପ ପଣ୍ଡାଙ୍କ ନିର୍ଦେଶିତ ‘ହରି ଓମ୍ ହରି’ରେ ଦେବାଶିଷ, ଶୁଭାଶିଷ ପତିଙ୍କ ନିର୍ଦେଶିତ ‘ଗଡ଼ବଡ଼’ରେ ପାର୍ଥସାରଥୀ, ଟି. ଗଣେଶଙ୍କ ନିର୍ଦେଶିତ ‘ଦେଖା ହେଲା ପ୍ରେମ ହେଲା’ରେ ମଣ୍ଟୁ ଓ ଅଭିଷେକଙ୍କ ସହ ଅଭିନୟ କରିଥିଲେ।  ଠିକ୍ ସେହିପରି ସଦ୍ୟ ମୁକ୍ତିପ୍ରାପ୍ତ ଦିଲୀପ ପଣ୍ଡାଙ୍କ ନିର୍ଦେଶିତ ଓଡ଼ିଆ ସିନେମା ‘ଲାଗେ ପ୍ରେମ ନଜର’ରେ ନଜର ଆସିଛନ୍ତି ରାଗିଣୀ। ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ରାକେଶ ଓ ଅମ୍ଳାନଙ୍କ ସହ ବି ପ୍ରଥମ ଥର ରାଗିଣୀ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର