ପାକିସ୍ତାନ ଭାରତୀୟ ସିନେମା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫିଲ୍ମ ନିର୍ମାତା ରାହୁଲ କହିଲେ; ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଅ, ଫିଲ୍ମ ଉପରେ ନୁହେଁ

ମୁମ୍ବାଇ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏ ନେଇ ପାକିସ୍ତାନ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି । ଉଚ୍ଛେଦର ପ୍ରଥମ ଦିନ ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଗୁରୁବାର ପାକିସ୍ତାନ ଭାରତୀୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲା । ତେବେ ପାକିସ୍ତାନର ଏଭଳି ନିଷ୍ପତ୍ତି ପରେ ଭାରତୀୟ ସିନେ ଜଗତର କଳାକାରମାନେ ଏହାକୁ କଡ଼ା ସମାଲୋଚନା କରିଥିବା ଦେଖାଯାଇଛି । ସେ ମଧ୍ୟରେ ଅଛନ୍ତି ରାହୁଲ ଢ଼ୋଲକିଆ ।

ଟୁଇଟ୍‌ କରି, ଦୁଇ ଦେଶ ମଧ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାର କ’ଣ ଆବଶ୍ୟକତା ରହିଛି ? ଫିଲ୍ମ ବା କଳାକାରମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହେବ ନାହିଁ । ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଅ । ହିଂସା ସୃଷ୍ଟି କରୁଥିବା ଲୋକକୁ ଗିରଫ କର । ଆମେ ଖରାପ ଲୋକ ନୁହେଁ ବୋଲି ଲେଖିଥିଲେ ରାହୁଲ । ତେବେ ରାହୁଲଙ୍କ ବ୍ୟତିତ ଅନ୍ୟ କଳାକାରମାନେ ମଧ୍ୟ ଏ ନେଇ ନିଜର ପ୍ରତିକ୍ରିୟା ରଖିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର