ବାକ୍‌ ଓ ଶ୍ରବଣ ଶକ୍ତି ହରାଇପାରନ୍ତି ରାହୁଲ

ନବେ ଦଶକର ସୁପରହିଟ୍‌ ଚଳଚ୍ଚିତ୍ର ‘ଆଶିକି’ର ଅଭିନେତା ରାହୁଲ ରଏ ସବୁ ଦିନ ପାଇଁ ବାକ୍‌ ଓ ଶ୍ରବଣ ଶକ୍ତି ହରାଇପାରନ୍ତି। ତାଙ୍କୁ ଚିକିତ୍ସା କରୁଥିବା ମୁମ୍ବାଇ ନାନାବତୀ ହସ୍ପିଟାଲର ଡାକ୍ତରମାନେ ଏପରି ଆଶଙ୍କା ପ୍ରକାଶ କରିଛନ୍ତି। ମସ୍ତିଷ୍କାଘାତ ଯୋଗୁଁ ରାହୁଲ ଏବେ ‘ଆଫାସିଆ’ର ଶିକାର ହୋଇଛନ୍ତି। ଆଫାସିଆର ଶିକାର ହେଲେ ଜ‌ଣେ ବ୍ୟକ୍ତି ନିଜର କଥାକୁହା ଓ ଶୁଣିବା ଶକ୍ତି ହରାଇ ବସେ। ଏପରିକି ଭାଷା ବୁଝିବା ଓ ଲେଖିବା କ୍ଷମତା ବି ସେମାନଙ୍କ ରହେ ନାହିଁ। ଏଥିରୁ ରାହୁଲଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀଦଳ ଖୁବ୍‌ଶୀଘ୍ର ତାଙ୍କ ଅସ୍ତ୍ରୋପଚାର କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, କାର୍ଗିଲର ଅତ୍ୟଧିକ ଥଣ୍ଡା ପାଣିପାଗରେ ‘ଲାକ୍‌- ଲିଭ୍‌ ଦ ବ୍ୟାଟେଲ’ର ସୁଟିଂ ସମୟରେ ରାହୁଲଙ୍କ ମସ୍ତିଷ୍କାଘାତ ହୋଇଥିଲା। ତାଙ୍କୁ ହେଲିକ୍ୟାପ୍ଟର୍‌ରେ ଶ୍ରୀନଗରରୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ବନ୍ଧିତ ଖବର