ବିଗ୍ ବସ୍ -୧୪ ଫେମ୍‌ ରାହୁଲ ବୈଦ୍ୟ ପ୍ରେମିକାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିହେଲେ

ମୁମ୍ବାଇ: ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ତାଙ୍କ ପ୍ରେମିକା ଦିଶା ପରମାରଙ୍କୁ ଆଜି ବିବାହ କରିଛନ୍ତି । କରୋନା ଗାଇଡଲାଇନକୁ ଧ୍ୟାନରେ ରଖି ମୁମ୍ବାଇରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି ।

ଦୁହିଁଙ୍କ ବିବାହକୁ ନେଇ ସାମ୍ନାକୁ ଆସିଥିବା ଫଟୋରେ ରାହୁଲ ଏକ ଧଳା ସେରୱାନି ପିନ୍ଧିଥିବା ‌ବେଳେ ଏକ ସୁବର୍ଣ୍ଣରଙ୍ଗର ପଗଡି ପିନ୍ଧିଛନ୍ତି । ସେହିପରି ଦିଶା ପରମାରଙ୍କୁ ଲାଲ ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳୁଛି । ରାହୁଲ ଏବଂ ଦିଶାଙ୍କ ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ପରସ୍ପରକୁ ରିଙ୍ଗ ଏବଂ ବରମାଳା ପିନ୍ଧାଉଥିବାର ନଜର ଆସିଛନ୍ତି।

ରାହୁଲ ଓ ଦିଶାଙ୍କ ବିବାହ ଉତ୍ସବରେ ଦୁହିଁଙ୍କ ସାଙ୍ଗ ଏବଂ ପରିବାରର ସଦସ୍ୟ ସାମିଲ ଥିଲେ। ଏହି ବିବାହରେ ସାମିଲ ଥିବା ସମସ୍ତ ପୁରୁଷ ସମାନ ପୋଷାକରେ ନଜର ଆସିଥିଲେ। ତେବେ ଏହି ବିବାହକୁ ନେଇ ରାହୁଲ ଓ ଦିଶା ଦୁହେଁ ବହୁତ ଖୁସିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର