୧୦୦ କୋଟି କ୍ଲବରେ ସାମିଲ୍‌ ହେବ ଅଜୟ ଦେବଗନ୍‌ଙ୍କ ‘ରେଡ୍‌’

ମୁମ୍ବାଇ: ଅଜୟ ଦେବଗନ୍‌ ଓ ଇଲିଆନା ଡିକ୍ରୁଜ୍‌ଙ୍କ ଅଭିନୀତ ଫିଲ୍ମ‘ରେଡ୍‌’ ବକ୍ସ ଅଫିସରେ ଧମାଲ୍‌ କରିଛି। ଏହି ସିନେମା ଗତ ୧୬ ତାରିଖରେ ରିଲିଜ୍‌ ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ଗତ କାଲି ସୁଦ୍ଧା୍ ‘ରେଡ୍‌’ ୮୭ କୋଟିରୁ ଅଧିକ ଆୟ କରିସାରିଛି। ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଆକଳନ କରାଯାଇଛି। ଚଳିତ ସପ୍ତାହରେ ରାଣୀ ମୁଖାର୍ଜୀ ଷ୍ଟାରର୍‌ ‘ହିଚକି’ ରିଲିଜ୍‌ ହୋଇଥିଲେ ବି ଏହାର କିଛି ପ୍ରଭାବ ପଡ଼ି ନାହିଁ  ‘ରେଡ୍‌’ର ବକ୍ସ ଅଫିସ କଲେକସନ୍‌ ଉପରେ ।

ଏହି ସିନେମା ଆୟକର ବିଭାଗର ଏକ ବଡ଼ ଚଢାଉ ପ୍ରସଙ୍ଗ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ୍‌ ଜଣେ କର୍ତ୍ତବ୍ୟନିଷ୍ଠ ଭାରତୀୟ ରାଜସ୍ୱ ସେବା ( ଆଇଆରଏସ୍‌) ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ ନୋ ଓ୍ଵାନ୍‌ କିଲ୍‌ଡ ଜେସିକା’ ଭଳି ସତ୍ୟ ଘଟଣା ଆଧାରିତ ଫିଲ୍ମର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା । ଏଥିରେ ସୌରଭ ଶୁକ୍ଳା ଅଛନ୍ତି ନେଗେଟିଭ୍‌ ରୋଲରେ । ଏଥିରେ ଅଜୟ ଦେବଗନ୍‌ ଚମତ୍କାର ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର