ଚର୍ଚ୍ଚାରେ ‘ମୁଁ ଗୋଟେ ଦୁଷ୍ଟପିଲା’ର ବର୍ଷା ଗୀତ !

ଭୁବନେଶ୍ୱର : ସଂପ୍ରତି ମୁକ୍ତି ପ୍ରତୀକ୍ଷାରେ ରହିଛି ଏକ ଓଡ଼ିଆ ଛବି ,ଯାହାର ଟାଇଟଲ୍‌ ହେଲା ‘ମୁଁ ଗୋଟେ ଦୁଷ୍ଟପିଲା’ । ଏହି ସିନେମାରେ ରହିଛି ଏକ ବର୍ଷା ଗୀତର ଦୃଶ୍ୟ । କାହାଣୀ ଅନୁଯାୟୀ ନାୟକ ରୋହିତ ନାୟିକା ପ୍ରିୟାର ଘରେ ଆସି ରହେ। ପ୍ରିୟା ଘଟଣାକ୍ରମେ ଭଲ ପାଇ ବସେ ରୋହିତକୁ । ହେଲେ ସେ ମୁହଁ ଖୋଲି କହି ପାରେନା । ସୁଯୋଗ ଖୋଜୁଥାଏ ପ୍ରିୟା କେମିତି ରୋହିତକୁ ନିଜ ପ୍ରେମ ଫାସରେ ପକାଇବ। ଦିନେ ପ୍ରିୟା ମନ୍ଦିରକୁ ଯାଏ । ସେ ସାଙ୍ଗରେ ରୋହିତକୁ ବି ନେଇଯାଏ। ମନ୍ଦିରୁ ଫେରିବା ବାଟରେ ହଠାତ୍‌ ବର୍ଷା ହୁଏ। ଏଇଟା ସୁବର୍ଣ୍ଣ ସୁଯୋଗ ବୋଲି ମନେ କରି ପ୍ରିୟା ରୋହିତକୁ ଜାବୁଡ଼ି ଧରେ ।

ନିର୍ଦେଶକ ଅଶୋକ ମଲ୍ଲିକ ଏକ ବର୍ଷା ଗୀତର ଦୃଶ୍ୟାୟନ କରିଛନ୍ତି । ଗୀତଟି ହେଲା ‘ବରଷା ଲଗାଇଦେଲା ନିଆଁ…..’ । ଗୀତଦୃଶ୍ୟରେ ଝାନସୀଙ୍କ ଦେହରେ ରହିଛି ଲାଲ ରଙ୍ଗର ସ୍ଲିଭଲେସ୍‌ ବ୍ଲାଉଜ୍‌ ଏବଂ ଗୋଲାପି ରଙ୍ଗର ଶାଢ଼ୀ । ଅପର ପକ୍ଷରେ ଦୁଷ୍ମନ୍ତ ପିନ୍ଧିଥାନ୍ତି ଧଳା ପ୍ୟାଣ୍ଟ ସାର୍ଟ ।ଏହି ଗୀତ ଏବଂ ସିନ ‘ମୁଁ ଗୋଟେ ଦୁଷ୍ଟପିଲା’ର ଅନ୍ୟତମ ଆକର୍ଷଣ ବୋଲି କୁହାଯାଉଛି।

ତାପରେ ସେ ଦୁହେଁ ଉତ୍ତେଜିତ ହୋଇ ଉଠନ୍ତି । ଏହି ସମୟରେ ଉଭୟଙ୍କ ଉପରେ ରଖା ଯାଇଛି ଏକ ବର୍ଷା ଗୀତ।  ଏଥିରେ ପ୍ରିୟା ଭୂମିକାରେ ଝାନସୀ ଅଭିନୟ କରିଥିବା ବେଳେ ରୋହିତ ଚରିତ୍ରରେ ଅଛନ୍ତି ଅଭିନେତା ଦୁଷ୍ମନ୍ତ । ଏ ଦୁହିଁଙ୍କୁ ନେଇ ନିର୍ଦେଶକ ଅଶୋକ ମଲ୍ଲିକ ଏକ ବର୍ଷା ଗୀତର ଦୃଶ୍ୟାୟନ କରିଛନ୍ତି । ଗୀତଟି ହେଲା ‘ବରଷା ଲଗାଇଦେଲା ନିଆଁ…..’ । ଗୀତଦୃଶ୍ୟରେ ଝାନସୀଙ୍କ ଦେହରେ ରହିଛି ଲାଲ ରଙ୍ଗର ସ୍ଲିଭଲେସ୍‌ ବ୍ଲାଉଜ୍‌ ଏବଂ ଗୋଲାପି ରଙ୍ଗର ଶାଢ଼ୀ । ଅପର ପକ୍ଷରେ ଦୁଷ୍ମନ୍ତ ପିନ୍ଧିଥାନ୍ତି ଧଳା ପ୍ୟାଣ୍ଟ ସାର୍ଟ ।

ବୋଲ୍ଡ ଆଣ୍ଡ ହଟ୍‌ ଝାନସୀ ବର୍ଷା ଗୀତର ଅନୁଭୂତି ବଖାଣିବାକୁ ଯାଇ କହନ୍ତି ‘ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା ଏହି ଗୀତ ସିନ୍‌ ର ପିକଚରାଇଜେସନ୍‌ ରୁ । ଯେତେବେଳେ ନିର୍ଦେଶକ ମୋତେ ଏହି ଉତ୍ତେଜକ ଦୃଶ୍ୟରେ ଅଭିନୟ କରିବାକୁ କହିଲେ ,ସେତେବେଳେ ମୁଁ ପ୍ରସ୍ତୁତ ହୋଇଗଲି, କାରଣ ହଟ୍‌ ସିନ୍‌ ଦେବାରେ ମୋର ଆପତ୍ତି ନାହିଁ । ସନ୍ଧ୍ୟା ୭ଟାରୁ ଏହି ସୁଟିଂ ଆରମ୍ଭ ହୋଇ ସରିଲା ପରଦିନ ସକାଳ ୭ଟାରେ। ଦୁଷ୍ମନ୍ତଙ୍କ ସହ ହଟ୍‌ ସିନ୍‌ କରିବାକୁ ପ୍ରଥମେ ଡ଼ର ଲାଗୁଥିଲା। ହେଲେ ଡିନର୍‌ ବ୍ରେକ୍‌ ପରେ ସେ ମୋତେ ବୁଝାଇଲେ ଏବଂ ମୁଁ ବିନ୍ଦାସ୍‌ ହୋଇ ସୁଟିଂ କରିଥିଲି । ଏହି ଗୀତ ସୁଟିଂ ପାଇଁ ୫ଟା ଟ୍ୟାଙ୍କର ପାଣି ସରିଯାଇଥିଲା ।’ ଏହି ଗୀତ ଏବଂ ସିନ ‘ମୁଁ ଗୋଟେ ଦୁଷ୍ଟପିଲା’ର ଅନ୍ୟତମ ଆକର୍ଷଣ ବୋଲି କୁହାଯାଉଛି। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର, ରାନୀ, ଅସିତ ପତି, ଥିନ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

 

ସମ୍ବନ୍ଧିତ ଖବର