ଓଲିଉଡ୍ର ଦୁଇ ପ୍ରତିଭାବାନ ଯୁବକଳାକାର ରାଜ୍ ରାଜେଶ ଓ ଅର୍ଲିନ୍ ଅଙ୍କିତାଙ୍କୁ ନୂଆ ୱେବ୍ସିରିଜ୍ ‘ସୁଲୋଚନା’ରେ ଦେଖିବାକୁ ପାଇବେ ଦର୍ଶକ। ରାଜ୍ ରାଜେଶ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିଠାମିଠା’ଜରିଆରେ ନାୟକ ଭାବେ ବ୍ରେକ୍ ପାଇଥିବା ବେଳେ ଅର୍ଲିନ୍ ଅଙ୍କିତା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଟେଲିସିନେମା ‘ଅଧାଲେଖା ଗପ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ।
ଅଭିନେତା ରାଜ୍ ରାଜେଶ ପୂର୍ବରୁ ବେଶ୍ କେତୋଟି ମେଗା ଧାରାବାହିକରେ ଅଭିନୟ କରିଛନ୍ତି। ଏଥିସହ ‘ରାତି ସରିସରି ଯାଉଛି’, ‘ଚନ୍ଦ୍ରବଂଶୀ’ ‘ଚକ୍ଷୁବନ୍ଧନ’, ‘ବସ୍’ ଓ ‘ଦୁର୍ଗା’ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେଣେ ରାଜ୍ ରାଜେଶ ୱେବ୍ସିରିଜ୍ ‘ଇଚ୍ଛା- ଦିଲ୍ ଯୋ ଚାହେ’ରେ ଗାର୍ଗୀ ମହାନ୍ତିଙ୍କ ସହ ହଟ୍ ଓ ବୋଲ୍ଡ ଅନ୍ଦାଜରେ ଆସି ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲେ।
ରମେଶ ରାଉତଙ୍କ ନିର୍ଦ୍ଦେଶିତ ହରର୍ ୱେବ୍ସିରିଜ୍ ‘ସୁଲୋଚନା’ରେ ପ୍ରଥମ ଥର ଲାଗି ରାଜ୍ଙ୍କ ନାୟିକା ସାଜିଛନ୍ତି ଗ୍ଲାମରସ୍ ଅର୍ଲିନ୍ ଅଙ୍କିତା। ଅର୍ଲିନ୍ ଅଙ୍କିତାଙ୍କୁ ଦର୍ଶକ ଓଡ଼ିଆ ଛବି ‘ମାୟାବୀ’ ଓ ଟେଲି ସିନେମା ‘ଅଧାଲେଖା ଗପ’ରେ ଆଗରୁ ଦେଖିବାକୁ ପାଇଛନ୍ତି। ‘ସୁଲୋଚନା’ରେ ରାଜ୍ ରାଜେଶ- ଅର୍ଲିନ୍ ଅଙ୍କିତାଙ୍କ ଯୋଡ଼ିକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ରହିଲା।
‘ସୁଲୋଚନା’ରେ ରାଜ୍-ଅର୍ଲିନ୍ ଯୋଡ଼ି
ଓଲିଉଡ୍ର ଦୁଇ ପ୍ରତିଭାବାନ ଯୁବକଳାକାର ରାଜ୍ ରାଜେଶ ଓ ଅର୍ଲିନ୍ ଅଙ୍କିତାଙ୍କୁ ନୂଆ ୱେବ୍ସିରିଜ୍ ‘ସୁଲୋଚନା’ରେ ଦେଖିବାକୁ ପାଇବେ ଦର୍ଶକ। ରାଜ୍ ରାଜେଶ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମ...
/sambad/media/media_files/2024/11/23/P37RCskxL4wvSmV2ZWn5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)