ନୂଆଦିଲ୍ଲୀ: ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହିତ ଜଡ଼ିତ ୬୦ କୋଟି ଟଙ୍କାର ଏକ ଆର୍ଥିକ ଠକେଇ ମାମଲାର ତଦନ୍ତ କରୁଛି। ଏହି ତଦନ୍ତ ସମୟରେ ରାଜ କୁନ୍ଦ୍ରା ଦେଇଥିବା ସଫେଇ ଚର୍ଚ୍ଚାର ପରିସରକୁ ଆସିଛି।
ଇଓଡବ୍ଲୁର ପଚରାଉଚରା ସମୟରେ ବ୍ୟବସାୟୀ ରାଜ କୁନ୍ଦ୍ରା ନିଜର ପ୍ରତିକ୍ରିୟାରେ କହିଛନ୍ତି, ‘ମୋ କମ୍ପାନି ବୈଦ୍ୟୁତିକ ଏବଂ ଘରୋଇ ଉପକରଣ ବ୍ୟବସାୟରେ ନିୟୋଜିତ ଥିଲା, କିନ୍ତୁ ବିମୁଦ୍ରାକରଣ ପରେ କମ୍ପାନିକୁ ଏକ ବଡ଼ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥିଲା। ଆର୍ଥିକ ସଙ୍କଟ ଯୋଗୁଁ କମ୍ପାନି ଋଣ ନେଇଥିବା ରାଶି ପରିଶୋଧ କରିପାରିଲା ନାହିଁ।
ଏହି ମାମଲାରେ ଇଓଡବ୍ଲୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ପ୍ରାୟ ସାଢ଼େ ଚାରି ଘଣ୍ଟା ପଚରାଉଚରା କରିଥିବାବେଳେ ରାଜ କୁନ୍ଦ୍ରାଙ୍କ ଦ୍ୱିତୀୟ ଥର ପାଇଁ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତ ସମ୍ପର୍କରେ କୁନ୍ଦ୍ରାକୁ ଆଗାମୀ ସପ୍ତାହରେ ପୁଣି ସମନ କରାଯିବ ବୋଲି ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/10/untitled-19-3-2025-10-10-16-01-23.jpg)