ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନ ପରେ ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ମୁହଁ ଖୋଲି ତାଙ୍କ ମାମଲାରେ ଶିଳ୍ପାଙ୍କ ନାମ ନଯୋଡ଼ିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

Advertisment

ରାଜ କୁନ୍ଦ୍ରା କହିଛନ୍ତି, ‘ଶିଳ୍ପା ଯେବେ ଠାରୁ ମୋ ସହିତ ଯୋଡ଼ି ହୋଇଛନ୍ତି ସେବେ ଠାରୁ ସେ ପ୍ରତିଟି ଦୁଃଖ ଓ ସୁଖରେ ମୋ ସହିତ ଛିଡ଼ା ହୋଇଛନ୍ତି। କିନ୍ତୁ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ ଶିଳ୍ପାଙ୍କ ନାମ ନେଇ ଅଯଥାରେ ବିବାଦ ସୃଷ୍ଟି କରୁଛନ୍ତି।  ଏଥିସହିତ ମୋ ବିରୋଧରେ ଲାଗୁ କରାଯାଇଥିବା ଅଭିଯୋଗକୁ ମୁଁ ସମ୍ପୂର୍ଣ୍ଣ ଭାବେ ଖାରଜ କରୁଛି।

ମୁଁ ଦାବିର ସହ କହିବି ଯଦି ଏମିତି କେହି ଯୁବତୀ ଅଛନ୍ତି ତେବେ ସେ ସାମ୍ନାକୁ ଆସନ୍ତୁ ଆଉ ମୋ ବିରୋଧରେ ରୁଜୁ ହୋଇଥିବା ମାମଲାର  ପ୍ରମାଣ କରି ଦେଖାନ୍ତୁ। ଶିଳ୍ପା ବହୁତ କଷ୍ଟ କରି ନାମ, ସମ୍ମାନ ହାସଲ କରିଛନ୍ତି। ଲୋକେ ତାଙ୍କୁ ଅଯଥାରେ ମୋ ମାମଲାରେ ଟାଣି ଆଣୁଛନ୍ତି। କ’ଣ ଏଥିପାଇଁ କି ମୁଁ ତାଙ୍କ ସ୍ବାମୀ? ମୋର ଆପଣମାନଙ୍କୁ ଅନୁରୋଧ ନିଜର ଭ୍ୟୁ ପାଇଁ ଅଯଥାରେ ଅପପ୍ରଚାର କରନ୍ତୁ ନାହିଁ।

ମୁଁ କ’ଣ? ଆଉ କ’ଣ କରିପାରେ ଶିଳ୍ପା ଭଲଭାବେ ଜାଣିଛନ୍ତି। ମୁଁ ଆଜି ପର୍ଯ୍ୟନ୍ତ କୌଣସି ପର୍ଣ୍ଣୋଗ୍ରାଫି ସହିତ ଜଡ଼ିତ ନାହିଁ। ମୋତେ ଏଥିପାଇଁ ପର୍ଣ୍ଣୋଗ୍ରାଫି ମାମଲାରେ ଜାମିନ ମିଳିଛି କାହିଁକି ନା ମୋର ବିରୋଧରେ ରୁଜୁ ହୋଇଥିବା ମାମାଲାର କୌଣସି ପ୍ରମାଣ ନାହିଁ।’