ବିଟକଏନ୍‌ ଦୁର୍ନୀତି ମାମଲା ନେଇ ଶିଳ୍ପାଙ୍କ ସ୍ୱାମୀଙ୍କୁ ଇଡିର ଜେରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ବିଟକଏନ୍‌ ଦୁର୍ନୀତିରେ ସଂପୃକ୍ତ ଅଭିଯୋଗ ଆସିଛି। ପାଖାପାଖି ଦୁଇ ହଜାର ଟଙ୍କାର ଠକେଇରେ ସାମିଲ ଥିବା ନେଇ ସମନ୍‌ କରାଯିବା ପରେ ରାଜ କୁନ୍ଦ୍ରାଙ୍କ ବୟାନ୍‌ ରେକର୍ଡ ପାଇଁ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ କୁହାଯାଇଥିଲା। ସେଠାରେ ସେ ପହଞ୍ଚିବା ପରେ ତାଙ୍କୁ ଜେରା କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଭରଦ୍ୱାଜଙ୍କୁ ଗିରଫ କରାଯାଇସାରିଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ବିଟକଏନ୍‌  ନେଣଦେଣ ସହିତ ସମ୍ବନ୍ଧୀତ ମନି ଲଣ୍ଡ୍ରିଙ୍ଗ ମାମଲା ରହିଛି। ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବେଆଇନ ବ୍ୟବସାୟରେ କୁନ୍ଦ୍ରାଙ୍କ ଭୂମିକା ଥିବା ନେଇ ଜେରା କରାଯାଇଛି। gatbitcoin.com ନାମରେ େଓ୍ଵବସାଇଟ୍‌ ବନାଇ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିଲେ। ଏହି ମାମଲାର କିଛି ଅଂଶ କୁନ୍ଦ୍ରାଙ୍କ ସହିତ ଜଡ଼ିତ ଅଛି। ଏଥିପାଇଁ ତାଙ୍କର ବୟାନ ରେକର୍ଡ ପାଇଁ ଡକା ଯାଇଛି।

କୁହାଯାଉଛି କି, ପାଖାପାଖି ଆଠ ହଜାର ନିବେଶକ ଏହି ଯୋଜନାର ଲେଣଦେଣରେ ଦୁଇ ହଜାର କୋଟି ଟଙ୍କା ହରାଇଛନ୍ତି। ଇଡି ମହାରାଷ୍ଟ୍ର ପୁଲିସର ଏଫଆଇଆର୍‌ ଆଧାରରେ ମାମଲା ରୁଜୁ କରିଛି। ପୁଣେ ପୁଲିସ ଭରଦ୍ୱାଜ ଓ ତାଙ୍କ ଭାଇ ବିବେକ ଏବଂ ଅନ୍ୟମାନଙ୍କୁ ଦିଲ୍ଲୀରୁ ଗିରଫ କରି ନେଇଛି।

ସମ୍ବନ୍ଧିତ ଖବର