ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ଉଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମିଳିଥିବା ସୂଚନା ମୁତାବକ ରାଜ କୁନ୍ଦ୍ରା ଓ ଲଣ୍ଡନର ଏକ କମ୍ପାନି ମଧ୍ୟରେ ଅଶ୍ଳୀଳ ଭିଡିଓ କାରବାରେ ବହୁ ଟଙ୍କା ନେଣଦେଣ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ମାମଲାର ଯାଞ୍ଚ କରୁଥିବା ମୁମ୍ବାଇ ପୁଲିସଠାରୁ ଏଫଆଇଆର କପି ମାଗି ଇଡି ନିଜ ତରଫରୁ ଏକ ମାମଲା ଦାୟର କରିବ। ଏହାସହ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ବା (ଏଫଇଏମଏ) ଆଧାରରେ ରାଜ କୁନ୍ଦ୍ରାଙ୍କୁ ନୋଟିସ୍ ଜାରି କରିବ ।  କହିରଖୁ କି ଶୁକ୍ରବାର ଦିନ ମୁମ୍ବାଇର ଏକ ଅଦାଲତ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅନ୍ୟପଟେ ଶୁକ୍ରବାର ଦିନ ମୁମ୍ବାଇ ପୁଲିସ ଏହି ମାମଲା ସହିତ ଜଡିତ ଅନେକ ତଥ୍ୟ ହାସଲ କରିଥିବା କଥା କହିଛନ୍ତି । ଯାଞ୍ଚ ବେଳେ ସାମ୍ନାକୁ ଆସିଛି କି ରାଜ କୁନ୍ଦ୍ରା ପ୍ରସ୍ତୁତ କରିଥିବା ଆପ୍ ରେ ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଅନ୍ୟପଟେ ୧୧୯ ଟି ଅଶ୍ଳୀଳ ଭିଡିଓକୁ କୁନ୍ଦ୍ରା ୧୨ ଲକ୍ଷ ଡଲାରରେ ବିକ୍ରି କରିବାକୁ ଯୋଜନା କରିଥିଲେ । ଏହାସହ ମୁମ୍ବାଇ ପୁଲିସ କହିଛି କି, ଦକ୍ଷିଣ ଆଫ୍ରିକାର ଏକ ସ୍ପୋର୍ଟସ୍ ବ୍ୟାଟିଂ କମ୍ପାନି କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛି । ଏଥିରୁ ପୁଲିସ ଅନୁମାନ କରୁଛି କି ଅଶ୍ଳୀଳ ଭିଡିଓରୁ ହେଉଥିବା ରୋଜଗାରକୁ କୁନ୍ଦ୍ରା ବ୍ୟାଟିଂରେ ଲଗାଉଥିଲେ । ପୁଲିସ କୋର୍ଟକୁ ଅନୁରୋଧ କରିଥିଲା କି କୁନ୍ଦ୍ରା ୟେସ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଆଫ୍ରିକା ମଧ୍ୟରେ କରିଥିବା କାରବାରର ଯାାଞ୍ଚ୍ ପାଇଁ ଅନୁମତି ଦିଆଯାଉ ।

ସମ୍ବନ୍ଧିତ ଖବର