ରାଜ୍‌ କୁନ୍ଦ୍ରା ମୋତେ କହିଛନ୍ତି ଯେ ଶିଳ୍ପା ସେଟ୍ଟୀ ମୋ କାମକୁ ପସନ୍ଦ କରୁଛନ୍ତି : ସେର୍ଲିନ ଚୋପ୍ରା

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ପ୍ରଡକ୍ସନ୍ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ରାଜ୍‌ଙ୍କ ଫିଲ୍ମର ନାୟିକା ସେର୍ଲିନ ଚୋପ୍ରା ଦେଇଥିବା ବୟାନ ସଭିଙ୍କୁ ଚକିତ କରିଛି। ସେ କହିଛନ୍ତି ଯେ ରାଜ୍‌ କୁନ୍ଦ୍ରା କହିଥିଲେ ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ କାମକୁ ବେଶ୍‌ ପସନ୍ଦ କରୁଛନ୍ତି। ଜଣେ ସିନିୟର୍‌ଙ୍କ ପ୍ରଶଂସା ଶୁଣିବା ପରେ ଭୁଲଟା ବି ଭଲ ଲାଗିଥାଏ ବୋଲି ସେର୍ଲିନ ମତ ରଖିଛନ୍ତି।

ତାଙ୍କ କହିବା ମୁତାବକ ସେ ରାଜ୍‌ କୁନ୍ଦ୍ର‌ାଙ୍କ ସହ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟକୁ ନେଇ ଯୋଗାଯୋଗରେ ଆସିଥିଲେ। କେବଳ ସେତିକି ନୁହେଁ, ଚଳିତବର୍ଷ ମାର୍ଚରେ ରାଜ୍‌ ଓ ସେର୍ଲିନଙ୍କ ମଧ୍ୟରେ ଏକ ଚୁକ୍ତିନାମା ବି ସ୍ୱାକ୍ଷର ହୋଇଥିଲା। ରାଜ୍‌ କରିବାକୁ ଯାଉଥିବା ଏକ ଆପ୍‌ର ନାମ ‘ସେର୍ଲିନ ଚୋପ୍ରା ଆପ୍‌’ ରଖିବାକୁ ସେ ପ୍ରସ୍ତାବ ମଧ୍ୟ ଦେଇଥିଲେ ବୋଲି ଅଭିନେତ୍ରୀ ନିଜ ବୟାନରେ କହିଛନ୍ତି।

ପ୍ରସ୍ତୁତ ହେବାକୁ ଥିବା ଏହି ଆପ୍‌ରେ କୁନ୍ଦ୍ରା ଭିନ୍ନ ଭିନ୍ନ ଭିଡିଓ ଅପ୍‌ଲୋଡ୍‌ କରିବାର ଇଚ୍ଛା ରଖିଥିଲେ। ଗ୍ଲାମର, ହାଇ ଫ୍ୟାସନ, ଫିଟନେସ୍, ମଜାମସ୍ତି ଏବଂ ଅନ୍ୟାନ୍ୟ ବିଷୟକୁ ନେଇ ଭିଡିଓ ତିଆରି ହେବାର ଯୋଜନା ରହିଥିଲା। ସେର୍ଲିନଙ୍କ କହିବା ମୁତାବକ ପ୍ରଥମରୁ ତାଙ୍କୁ ଗ୍ଲାମର୍‌ ଭିଡିଓ ବୋଲି କୁହାଯାଇଥିଲା। ପରେ ଅର୍ଧନଗ୍ନ ଓ ନଗ୍ନ ଭିଡିଓ ବିଷୟରେ ସେ ଜାଣିବାକୁ ପାଇଥିଲେ। ଏହାକୁ ଶିଳ୍ପା ପସନ୍ଦ କରୁଥିବାରୁ ସେ ବିଶେଷ ଗୁରୁତ୍ବ ଦେଇ ନଥିଲେ।

ସମ୍ବନ୍ଧିତ ଖବର