ଓଲିଉଡର ଏହି ଦୁଇ ଲୋକପ୍ରିୟ ନାୟିକାଙ୍କ ସହ ନଜର ଆସିବେ ରାଜ୍ ରାଜେଶ

ଭୁବନେଶ୍ବର: କ୍ୟାରିଅର୍ ଆରମ୍ଭ କରିଥିଲେ ସିନେମାରୁ । କିନ୍ତୁ ପରେ ଛୋଟ ପରଦାରେ ଅଧିକ ନାଆଁ କଲେ ରାଜ୍ ରାଜେଶ। ରାଜ୍ ରାଜେଶଙ୍କୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିଠାମିଠା’ରେ ନାୟକ ଭାବେ ପ୍ରଥମେ ଦେଖିବାକୁ ପାଇଥିଲେ ଦର୍ଶକ। ଏହାପରେ ସେ ଛୋଟ ପରଦାରେ ଅଧିକ ସକ୍ରିୟ ହୋଇଥିଲେ। ରାଜ୍ ରାଜେଶ ବେଶ କେତୋଟି ମେଗା ଧାରାବାହିକରେ ଅଭିନୟ କରିଛନ୍ତି। ଏବେ ପୁଣି ‘ରାତି ସରିସରି ଯାଉଛି’ ଓ ‘ଚକ୍ଷୁବନ୍ଧନ’ ଜରିଆରେ ବଡ଼ ପରଦାକୁ ଆସୁଛନ୍ତି ରାଜ୍ ରାଜେଶ।


ରାଜ୍ ରାଜେଶଙ୍କ ଏକ ଆଗାମୀ ଓଡ଼ିଆ ସିନେମା ହେଲା ‘ରାତି ସରିସରି ଯାଉଛି’। ଏହି ସିନେମାରେ ରାଜ୍ ପ୍ରଥମ ଥର ଲାଗି ଓଲିଉଡର ଜଣାଶୁଣା ନାୟିକା ରୀୟା ଦେଙ୍କ ସହ ନଜର ଆସିବେ। ‘ରାତି ସରିସରି ଯାଉଛି’ରେ ରାଜ୍ ରାଜେଶ ଓ ରୀୟା ଦେଙ୍କ ବ୍ୟତୀତ ରାଇମୋହନ ଓ ସୁକାନ୍ତ ରଥଙ୍କୁ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାର ନର୍ଦେଶନା ଦେଉଛନ୍ତି ଅନୁପମ ପଟ୍ଟନାୟକ। ମାନସ ପଢ଼ିହାରୀ ଏହା କାହାଣୀ ଓ ସଂଳାପ ଖେିଛନ୍ତି। ଶ୍ରୀକାନ୍ତ ପଣ୍ଡା ସଙ୍ଗୀତକାର।

ଏଣେ ରାଜଙ୍କ ‘ଚକ୍ଷୁବନ୍ଧନ’ ବି ଫ୍ଲୋରରେ ରହିଛି। ଏହା ଏକ ସସପେନ୍ସ ଥ୍ରିଲର୍ ବୋଲି କୁହାଯାଉଛି। ଏହି ସିନେମାରେ ଦର୍ଶକ ପ୍ରଥମ ଥର ଲାଗି ଏକ ନୂଆ ଯୋଡ଼ିକୁ ଦେଖିବାକୁ ପାଇବେ। ଏହି ଯୋଡ଼ି ହେଲେ ରାଜ୍ ରାଜେଶ ଏବଂ ଭୂମିକା ଦାଶ।

ସମ୍ବନ୍ଧିତ ଖବର