ଭାଉଜ ଖେଳିବା ରଜ

ଆମ ଟିଭି ପ୍ରସ୍ତୁତ ‘ରଜ ରାଜକୁମାରୀ’ ସିଜିନ୍‌-୩ର ଅପୂର୍ବ ସଫଳତା ପରେ ଏଥର ଆମ ଟିଭି ଟିକେ ନିଆରା ଢଙ୍ଗରେ ରଜ ପାଳିବ। ଗତଥର କରୋନା ମହାମାରୀ ସମୟରେ ପ୍ରତିଯୋଗୀଙ୍କ ଅଡିସନ୍ ଡିଜିଟାଲ୍ ପ୍ଲାଟଫର୍ମରେ ନିଆଯାଇଥିଲା। ପରେ ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓକୁ ବିଚାରକମାନଙ୍କ ଦ୍ୱାରା ଭର୍ଚୁଆଲ୍ ସୋ’ରେ ପୁରସ୍କୃତ କରାଯାଇଥିଲା।

ଏଥର ପ୍ରତିଯୋଗିତାରେ ଟିକେ ପରିବର୍ତ୍ତନ ହୋଇଛି। ଅବିବାହିତ ନୁହେଁ ବରଂ ଏଥର ବିବାହିତ ମହିଳା ଖେଳିବେ ରଜ। ଏହି ସୋ’ ମାଧ୍ୟମରେ ବିବାହିତ ମହିଳା ବଖାଣିବେ ତାଙ୍କ ବିବାହ ପୂର୍ବର ରଜମଉଜ ଅନୁଭୂତି। ଛୋଟ ଛୁଆଙ୍କୁ ସଜବାଜ କରିବା ସହ ଗୀତ ଗାଇ ମୋବାଇଲରେ ହ୍ୱାଟ୍ସଆପ୍ କରିବେ। ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓ ବିଚାରକମଣ୍ଡଳୀ ମନୋନୀତ କରି ଜୁମ୍ ମିଟିଙ୍ଗ୍‌ ମାଧ୍ୟମରେ ପୁରସ୍କୃତ କରାଯିବ ବୋଲି କହିଛନ୍ତି ଆମ ଟିଭିର ପ୍ରତିଷ୍ଠାତା ପ୍ରଣୟ ଜେଠୀ। ଚଳିତବର୍ଷର ବିଚାରକ ଭାବେ ଗତବର୍ଷର ବିଜେତା ଦୀପ୍ତି ପଟ୍ଟନାୟକ, ଅଭିନେତ୍ରୀ ସ୍ୱିଟି ପଟ୍ଟନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍ ପ୍ରମୁଖ ଯୋଗଦେବେ। ଇଛୁକ ମହିଳାମାନେ ସେମାନଙ୍କ ଭିଡିଓ ହ୍ୱାଟ୍ସଆପ୍ ନମ୍ବର ୯୯୩୮୯୧୫୨୫୫କୁ ପଠାଇପାରିବେ।

ସମ୍ବନ୍ଧିତ ଖବର