‘ବାହୁବଳୀ ପୁନର୍ମିଳନ’! ଲଣ୍ଡନରେ ନଜର ଆସିଲେ ‘ବାହୁବଳୀ’ର ପୂରା ଟିମ୍‌

ବିଜୟନଗରମ: ନିର୍ମାତା ଏସ୍‌ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବାହୁବଳୀ-୨’ର ସଫଳତା ଏଯାଏ ବି ଲୋକଙ୍କ ମନରୁ ଲିଭିନି। ଏହି ଚଳଚ୍ଚିତ୍ରର ସଫଳତା ପଛରେ ପୂରା ଟିମ୍‌ର ହାତ ରହିଛି। ତେବେ, ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ପ୍ରଭାସ, ଅନୁଷ୍କା ସେଟ୍ଟୀ ଓ ରାଣା ଦଗୁବତୀଙ୍କ ସହ ମିଶି ଲଣ୍ଡନରେ ମଜା କରୁଛନ୍ତି ନିର୍ମାତା ରଜମୌଲୀ।

ତେବେ, ସେମାନେ ଲଣ୍ଡନକୁ ଖୁସି ମନାଇବାକୁ ଯାଇନାହାନ୍ତି। ଜାଣିବାକୁ ମିଳିଛି ଯେ ଅକ୍ଟୋବର ୧୯ ତାରିଖରେ ଲଣ୍ଡନର ରୟାଲ୍‌ ଆଲବର୍ଟ ଥିଏଟର୍‌ରେ ବାହୁବଳୀ-୧ର ସ୍କ୍ରିନିଂ ହେବ। ଏହି ସ୍କ୍ରିନିଂରେ ଯୋଗ ଦେବା ପାଇଁ ବାହୁବଳୀର ପୂରା ଟିମ୍‌ ଉପସ୍ଥିତ ହୋଇଛନ୍ତି।

ପ୍ରଭାସ, ଅନୁଷ୍କା ସେଟ୍ଟୀ, ରାଣା ଦଗୁବତୀ ଓ ରଜମୌଲୀଙ୍କ ସହ ନଜର ଆସିଛନ୍ତି ପ୍ରଯୋଜକ ସୋବୁ ୟାର୍‌ଲଗଡ଼ା। ସେମାନେ ସମସ୍ତେ ମିଶି ହାଇଦ୍ରବାଦ୍‌ରୁ ଲଣ୍ଡନ ଯାଇ ସେଠାରେ ରାସ୍ତା ଉପରେ ଫଟୋ ପୋଜ୍‌ ଦେବାର ନଜର ଆସିଛନ୍ତି। ଏହି ୫ ଜଣଙ୍କର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର