ଜାଣନ୍ତୁ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଫିଟ୍ ରହିବାର ୪ଟି ମନ୍ତ୍ର
ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ୬୮ବର୍ଷରେ ପାଦ ଦେଇ ସାରିଥିଲେ ମଧ୍ୟ ଏବେ ବି ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ପାଇଁ ଲୋକ ତାଙ୍କର ଫ୍ୟାନ ବନି ରହିଛନ୍ତି । ଏ ବୟସରେ ମଧ୍ୟ ସେ ‘୨.୦’ଭଳି ଫିଲ୍ମରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତେବେ ୬୮ବର୍ଷ ବୟସରେ ଶରୀରରେ ଏତେ ଫୁର୍ତ୍ତି ରହିବା କଷ୍ଟ । ନିଜକୁ ଶକ୍ତ, ଶାନ୍ତ ରଖିବା ସହ ଅବସାଦରୁ ଦୂରରେ ରଖିବା ପାଇଁ ରଜନୀକାନ୍ତ ଏହି ୪ଟି କାମ କରିଥାନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
୧. ପ୍ରତିଦିନ ସକାଳ ୫ଟାରେ ଉଠିବା ପରେ ସେ ଯୋଗ ଏବଂ ଧ୍ୟାନ୍ କରିଥାନ୍ତି। ଯୋଗାସନ କରି ଶରୀରକୁ ଫିଟ୍ ରଖିବା ସହ ଧ୍ୟାନ କରି ମସ୍ତିଷ୍କକୁ ଶାନ୍ତ ରଖିଥାନ୍ତି।
୨. ଏ ବୟସରେ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ଭାତ, ଦହି, କ୍ଷୀର ଏବଂ ଘିଅ ଖାଆନ୍ତି ନାହିଁ । ଗୋଟେ ସମୟରେ ସେ ଏ ସବୁ ଖାଦ୍ୟ ଖାଇବା ପାଇଁ ଖୁବ୍ ପସନ୍ଦ କରୁଥିବା ବେଳେ ଏବେ ସେ ସବୁ ଜିନିଷ ଆଡ଼କୁ ଦେଖୁ ବି ନାହାନ୍ତି ।
୩. ୪୦ବର୍ଷ ପର୍ଯ୍ୟନ୍ତ ସେ ମାଂସାହାରୀ ଥିଲେ । ଚିକେନ୍, ମଟନ୍ ଖାଇବା ପାଇଁ ସେ ଖୁବ୍ ପସନ୍ଦ କରୁଥିଲେ । ଏବେ ସେ ସବୁ ଜିନିଷ ଖାଉଥିଲେ ବି କମ ତେଲରେ ତିଆରି ହେବା ପରେ ହିଁ ଖାଉଥିବା ଜଣାପଡ଼ିଛି ।
୪.ପୂର୍ବରୁ ସେ ସିଗାରେଟ୍ ପିଇବା ଆରମ୍ଭ କରିଥିବା ବେଳେ ୨୦୧୨ରେ ସିଗାରେଟ୍ ଛାଡ଼ିଥିବା କଥା କହିଥିଲେ । ଯାହା ପାଇଁ ଆଜି ସେ ଫିଟ୍ ରହିଛନ୍ତି ।