ମୁମ୍ବାଇ: ଛାଡ଼ପତ୍ର ପରେ କଫି ଡେଟରେ ଯାଇ କିଛି ଦିନ ତଳେ ଟ୍ରୋଲ ହୋଇଥିଲେ ଅଭିନେତ୍ରୀ ଚାରୁ ଅସୋପା ଓ ତାଙ୍କ ପୂର୍ବ ସ୍ବାମୀ ରାଜୀବ ସେନ୍। ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ୍ ଏବଂ ଅଭିନେତ୍ରୀ ଚାରୁ ଅସୋପାଙ୍କ ଦାମ୍ପତ୍ୟ ଜୀବନରେ ଅନେକ ବିବାଦ ଲାଗି ରହିଥିଲା। ବିବାହର କିଛି ମାସ ପରେ ବିବାଦ ଆରମ୍ଭ ହୋଇଥିଲେ ବି ଦୁହେଁ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ସଫଳତା ମିଳି ନଥିଲା। ​​ଗତ ବର୍ଷ ଏହି ଦମ୍ପତି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ଜୁନ୍ ୮ରେ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ କରିଥିଲେ କୋର୍ଟ।

Advertisment

ହେଲେ ଛାଡ଼ପତ୍ର ହେବା ପରେ ବି ଅନେକ ବାର ସାଙ୍ଗ ହୋଇ ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ଯାହାକୁ ନେଇ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି ଟ୍ରୋଲର୍ସ। ସେମାନେ ଛାଡ଼ପତ୍ର ପରେ ଏକ ସ୍ବତନ୍ତ୍ର ବଣ୍ଡ୍‌ ସେୟାର କରିବା ସହ ସେ ମୁହୂର୍ତ୍ତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଏପରି ଫଟୋ ସବୁ ଭାଇରାଲ୍‌ ‌‌ହେବା ପରେ କିଛି ଲୋକ ପଚାରୁଛନ୍ତି, ‘ଏତେ ଭଲପାଇବା ଥିଲା ତ ଛାଡ଼ପତ୍ର କାହିଁକି ନେଲ?’ ଅନ୍ୟ କିଛି ଜଣ ସେମାନଙ୍କୁ ପୁଣି ଥରେ ବିବାହ କରିବାକୁ ପରାମର୍ଶ ଦେଉଛନ୍ତି।

ଏ ନେଇ ରାଜୀବ କହନ୍ତି, ‘ମୁଁ ଏବଂ ଚାରୁ ଖୁବ୍ ଜଟିଳ ସମୟ ଦେଇ ଗତିକରିଛୁ। ଆମେ ଦୁହେଁ ଫଟୋ ଅପ୍‌ଲୋଡ୍‌ କରିବା ନେଇ ଏକ୍‌ଦମ୍‌ ବିନ୍ଦାସ୍‌। ଫଟୋ ଭଲ ଲାଗେ ତ ଅପ୍‌ଲୋଡ୍‌ କରିଦେଉ। ତେବେ ଏକଥା ନେଇ ଆମ ଉପରେ ରାୟ ଦେବାକୁ ଲୋକ କିଏ?’

ଚାରୁଙ୍କୁ ପୁନଶ୍ଚ ବିବାହ କରିବା ନେଇ ରାଜୀବ କହିଛନ୍ତି କି ଏହା ଏବେ କହିବା ସମ୍ଭବ ନୁହେଁ। ଛାଡ଼ପତ୍ର ହେବା ପରେ ସେମାନଙ୍କ ସଂପର୍କ ଆହୁରି ମଜବୁତ୍‌ ହୋଇଯାଇଛି। ଆମେ ବୁଝିସାରିଛୁ ଯେ ଦସ୍ତଖତ କରିଦେବା ପରେ ଆମ ସଂପର୍କ ଭାଙ୍ଗି ଯାଇନାହିଁ।