ସେମାନେ ନିଜ ଜଟିଳତାକୁ ନିଜେ ସମାଧାନ କରିବେ: ଭାଇ-ଭାଇ ସଂପର୍କକୁ ନେଇ କହିଲେ ସାହିଦ କପୁରଙ୍କ ସାବତ ବାପା ରାଜେଶ ଖଟ୍ଟର

ମୁମ୍ବାଇ: ସାହିଦ କପୁରଙ୍କ ସାବତ ବାପା ତଥା ଜଣାଶୁଣୁ ଅଭିନେତା ରାଜେଶ ଖଟ୍ଟରଙ୍କୁ ତ ଆପଣ ଜାଣନ୍ତି। ସେ ନିକଟରେ ଏକ ସାକ୍ଷାତ୍‌କାର ଦେଇ ସାହିଦଙ୍କ ବିଷୟରେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସାହିଦ ଏପର୍ଯ୍ୟନ୍ତ ଥରୁଟିଏ ବି ତାଙ୍କ ୪ ବର୍ଷର ସାବତ ଭାଇଙ୍କୁ ଭେଟିନାହାନ୍ତି।

ରାଜେଶ ଖଟ୍ଟର ଦୁଇ ଥର ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ନିଲିମା ଅଜିମ୍‌। ସେ ହେଉଛନ୍ତି ସାହିଦ କପୁର ଏବଂ ଇସାନ ଖଟ୍ଟରଙ୍କ ମାଆ। ତାଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି ବନ୍ଦନା ସଜନାନୀ। ବନ୍ଦନାଙ୍କ ସହ ରାଜେଶଙ୍କର ୟୁଭାନ ନାମକ ଜଣେ ୪ ବର୍ଷର ପୁଅ ରହିଛି।

ନିକଟରେ ଏକ ସାକ୍ଷାତ୍‌କାରରେ ରାଜେଶ ଖଟ୍ଟର କହିଛନ୍ତି ଯେ ଅଭିନେତା ସାହିଦ କପୁର ତାଙ୍କ ଭାଇଙ୍କୁ କେବେ ବି ଦେଖା କରିବାକୁ ଯାଇନାହାନ୍ତି। ତେବେ କେବଳ ସେତିକି ନୁହେଁ, ସାହିଦଙ୍କର ଦୁଇ ପିଲା ବି ୟୁଭାନଙ୍କୁ କେବେ ଭେଟିନାହାନ୍ତି।

ଯେତେବେଳେ ରାଜେଶ ଖଟ୍ଟରଙ୍କୁ ପଚରାଗଲା କି ସାହିଦ ଓ ୟୁଭାନ ମିଳନ୍ତୁ ବୋଲି ସେ ଚାହାନ୍ତି କି? ତାହାର ଉତ୍ତରରେ ରାଜେଶ ଖଟ୍ଟର କହିଛନ୍ତି, ‘ହଁ, ମୁଁ ଚାହେଁ। ହେଲେ ଜୀବନର ଜଟିଳତାକୁ ପିଲାମାନଙ୍କୁ ବୁଝିବାକୁ ହେବ ଓ ସେମାନେ ନିଜ ଭିତରେ ହିଁ ସଜାଡନ୍ତୁ ବୋଲି ମୁଁ ଚାହେଁ। ମୁଁ ସେମାନଙ୍କ ପାଇଁ ସବୁକିଛି ଆହୁରି ଜଟିଳ କରିପାରିବି ନାହିଁ। ଯଦି ସେମାନଙ୍କର ଆବଶ୍ୟକତା ପଡ଼େ ତ ସେମାନେ ସେମାନଙ୍କ ସଂପର୍କ ନିଜେ ସୁଧାରି ନେବେ।’

 

ସମ୍ବନ୍ଧିତ ଖବର