୪୫୦ କୋଟିର ଏହି ସିନେମା ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ଅମୀର୍‌ ଖାନ୍‌ !

ମୁମ୍ବାଇ: ଏବେ ମିଷ୍ଟର ପରଫେକସନିଷ୍ଟ ଅମୀର୍‌ ଖାନଙ୍କ ସହ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଲଢ଼େଇ ହେବା ଥୟ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ଯେ ଅମୀର ଖାନ୍‌ ଏବଂ ଅମିତାଭ ବଚ୍ଚନଙ୍କ ‘ଠଗ୍ସ ଅଫ୍‌ ହିନ୍ଦୋସ୍ତାନ୍‌’ ଏବଂ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘୨.୦’ ଏକାଦିନେ ରିଲିଜ୍‌ ହେବ । ଉଭୟ ସିନେମା ୨୦୧୮ ଦୀପାବଳିରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ , ‘୨.୦’ର ପ୍ରଯୋଜକ ଅମୀରଙ୍କୁ ‘ଠଗ୍ସ ଅଫ୍‌ ହିନ୍ଦୋସ୍ତାନ୍‌’ର ରିଲିଜ୍‌ ତାରିଖ ଘୁଞ୍ଚାଇବାପାଇଁ ଅନୁରୋଧ କରିଥିଲେ ହେଲେ ଅମୀର୍‌ ଖାନ ପଛକୁ ଫେରିବା ମୁଡରେ ନାହାନ୍ତି।

ଏହି ସିନେମା ୨୦୧୭ ଦୀପାବଳିରେ ‘୨.୦’ରିଲିଜ୍‌ ହେବ ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା,ହେଲେ ତା’ପରେ କୁହାଗଲା ଏହା ୨୦୧୮ ଜାନୁଆରି ୨୬ ତାରିଖରେ ମୁକ୍ତିଲାଭ କରିବ। କିନ୍ତୁ ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ମ୍ୟାନ୍‌’ଏହି ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହେବା ପରେ ପୁଣି ଘୁଞ୍ଚଥିଲା‘୨.୦’ର ରିଲିଜ୍‌ ତାରିଖ।ଅବଶେଷରେ ନିଜେ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ ୨୦୧୮ ଏପ୍ରିଲ୍‌ ୧୪ ତାରିଖରେ ରିଲିଜ୍‌ ହେବ ବୋଲି ନିଜର ଟ୍ଵିଟରରେ ଘୋଷଣା କରିଥିଲେ।
କିନ୍ତୁ ମିଡ଼ିଆରେ ପ୍ରକାଶିତ ଖବର ଅନୁଯାୟୀ,‘୨.୦’ ଏପ୍ରିଲ୍‌ ୧୪ରେ ରିଲିଜ୍‌ ହେବ ନାହିଁ,ବରଂ ଦୀପାବଳିରେ ରିଲିଜ୍‌ ହେବ। ତେବେ ଖୁବ୍‌ଶୀଘ୍ର ଏହି ସିନେମାର ଟିଜର ଲଞ୍ଚ୍‌ ହେବ ।

PHOTO-jagaran

୪୫୦ କୋଟି ଟଙ୍କାା ବ୍ୟୟରେ ନିର୍ମିତ ରଜନୀକାନ୍ତଙ୍କ ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି।ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ଏହା ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା।ଏ ଦୃଷ୍ଟିରୁ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍‌ କରିସାରିଛି ବୋଲି କୁହାଯାଇପାରେ।ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍‌ ମଧ୍ୟ ଲିଡ଼୍‍ରୋଲ୍‌ରେ । ଏବେ ଦେଖିବା କଥା ସତରେ କ’ଣ ଏ ଦୁଇ ସିନେମା ଭିତରେ ଟକ୍କର ହେଉଛି!

ସମ୍ବନ୍ଧିତ ଖବର