କରୋନା ମୁକାବିଲା ପାଇଁ ସିଏମ୍ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଦେଲେ ରଜନୀକାନ୍ତ

କୋଭିଡ୍‌ ରୋଗୀଙ୍କ ଲାଗି ସହାୟତାର ହାତ ବଢ଼ାଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏ ନେଇ ସୋମବାର ସେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟିଥିଲେ। ଦେଶ କରୋନା ଭୂତାଣୁର ଦ୍ୱିତୀୟ ଲହର ସହ ମୁକାବିଲା କରୁଥିବା ବେଳେ ସୁପରଷ୍ଟାର୍‌ ରଜନୀକାନ୍ତ ସିଏମ୍‌ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତାଙ୍କର ଏହି ଦାନ କରୋନା ବିରୋଧୀ ଲଢ଼େଇରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ‌ରଜନୀକାନ୍ତଙ୍କ ସମେତ ଅନ୍ୟ ତାମିଲ୍‌ ସେଲିବ୍ରିଟିମାନେ ମଧ୍ୟ କରୋନା ମୁକାବିଲା ପାଇଁ ସିଏମ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

ସମ୍ବନ୍ଧିତ ଖବର