ଚେନ୍ନାଇ/ବେଙ୍ଗାଲୁରୁ: ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର୍’ ପ୍ରେକ୍ଷାଳୟରେ ଧମାଲ କରୁଛି। ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଚେନ୍ନାଇ ଓ ବେଙ୍ଗାଲୁରୁରେ ଥିବା କଲେଜ ଓ ଅଫିସ୍ ସବୁ ଛୁଟି ଘୋଷଣା କରିଛନ୍ତି ବୋଲି ‘ଟାଇମ୍ସ୍ ନାଓଁ’ର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଜାପାନ ଦମ୍ପତିଙ୍କୁ ଦେଖିବାକୁ ମିଳୁଛି।
ଏହି ଦମ୍ପତି କହିଛନ୍ତି, ‘ଆମେ ଦୁହେଁ ରାଜନୀକାନ୍ତଙ୍କ ବଡ଼ ଫ୍ୟାନ। ଯେବେଠାରୁ ‘ଜେଲର’ର ରିଲିଜ ତାରିଖ ଘୋଷଣା ହୋଇଥିଲା ଆମେ ସିନେମା ଦେଖିବାକୁ ଆସିବୁ ବୋଲି ଯୋଜନା କରି ସାରିଥିଲୁ। କାରଣ ଉକ୍ତ ଚଳଚ୍ଚିତ୍ର ଦେଖିବାକୁ ଆମେ ଦୁହେଁ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଥିଲୁ। ତେଣୁ ଓସାକାରୁ ଚେନ୍ନାଇ ରାଜନୀକାନ୍ତଙ୍କ ସିନେମା ଦେଖିବା ପାଇଁ ଧାଇଁ ଆସିଥିଲୁ। ଆଉ ହଲରେ ରାଜନୀକାନ୍ତଙ୍କ ସିନେମା ଦେଖି ଖୁସି ହୋଇଯାଇଛୁ।’
VIDEO | A Japanese couple has travelled from Osaka to Chennai, Tamil Nadu to watch Rajinikanth's new film 'Jailer'.
"To see the Jailer movie, we have come from Japan to Chennai," says Yasuda Hidetoshi, Rajinikanth fan club leader, Japan. pic.twitter.com/04ACrc4Q5c
— Press Trust of India (@PTI_News) August 10, 2023
ପ୍ରକାଶିତ ଏକ ରିପୋର୍ଟ ମୁତାବକ, ବୁକିଙ୍ଗ୍ ମାଧ୍ୟମରେ ଭାରତରେ ଏହି ଚଳଚ୍ଚିତ୍ର ୧୨.୮ କୋଟି ଟଙ୍କା ଉପାର୍ଜନ କରିଛି। ଚଳଚ୍ଚିତ୍ରର ତାମିଲ ‘ଭର୍ସନ୍’ ଜରିଆରେ ତାମିଲନାଡୁରୁ ଆୟ ହୋଇଛି ୧୧.୭ କୋଟି ଓ ତେଲୁଗୁ ‘ଭର୍ସନ୍’ ଜରିଆରେ ଆୟ ହୋଇଛି ୧.୧ କୋଟି ଟଙ୍କା। ତେବେ ପ୍ରଥମ ଦିନରେ ‘ଜେଲର୍’ ୫୦କୋଟି ଟଙ୍କା ଆୟ କରିବ ବୋଲି ଆଶା ରଖାଯାଇଛି।