ନୂଆଦିଲ୍ଳୀ: ନିଜର  ଆଗାମୀ ଚଳଚ୍ଚିତ୍ର ‘ଲାଲ୍‌ ସଲାମ୍‌’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିବା ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ଆନାମଲାଇୟାର୍‌ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି। ସେ ତାଙ୍କର ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଛି। ସାଉଥ୍ ସୁପରଷ୍ଟାରଙ୍କର ଏହି ସମୟର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଫଟୋଗୁଡ଼ିକରେ ସେ ମନ୍ଦିରରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।

Advertisment

ଭାଇରାଲ୍ ଫଟୋରେ ରଜନୀକାନ୍ତ ଈଶ୍ବରଙ୍କ ଆଗରେ ନତମସ୍ତକ ହୋଇଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ସେ ମନ୍ଦିରରୁ ବାହାରକୁ ଯିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଘେରି ରହିଥିବାର ଦେଖିବାକୁ ମିଳିଛି।

publive-image

ରଜନୀକାନ୍ତଙ୍କର ଏହି ଫଟୋଗୁଡ଼ିକୁ ରମେଶ ବାଲା ଟ୍ବିଟର୍‌ରେ ସେୟାର୍‌ କରି ଲେଖିଛନ୍ତି, ‘ନିଜର ଆଗାମୀ ଚଳଚ୍ଚିତ୍ର ‘ଲାଲ୍‌ ସଲାମ୍‌’ର ସୁଟିଂ କାର୍ଯ୍ୟରେ ରଜନରକାନ୍ତ ତିରୁଭନାମଲାଇରେ ଅଛନ୍ତି। ସେ ପ୍ରସିଦ୍ଧ ଆନାମଲାଇୟାର୍‌ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳିଛନ୍ତି।’

ଉଲ୍ଲେଖଯୋଗ୍ୟ, ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଥାଲାଇଭର୍ ୧୭୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ  ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଖୁସି ହୋଇଯିବେ। ରିପୋର୍ଟ ଅନୁଯାୟୀ, ଭାରତୀୟ ସିନେମାର ଦୁଇ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ଏକାଠି ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିପାରେ। ସେମାନେ ଏକାଠି ‘ହମ୍’, ‘ଅନ୍ଧା କାନୁନ’, ‘ଗିରଫତାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆଉ ଏବେ ପ୍ରାୟ ୩୨ ବର୍ଷ ପରେ ଉଭୟ ‘ଥାଲାଇଭର୍ ୧୭୦’ରେ ପୁଣି ଅଭିନୟ କରିବେ ବୋଲି ସୂଚନା ଆସିଛି।