ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ କାମରୁ ବିରତି ନେଇ ଏକ ଆଧ୍ୟାତ୍ମିକ ଯାତ୍ରାରେ ଅଛନ୍ତି। ଏଭଳି ସମୟରେ ଋଷିକେଶରୁ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ରାସ୍ତାପାର୍ଶ୍ବରେ ଧୋତି ଓ କୁର୍ତ୍ତା  ପିନ୍ଧି ଠିଆ ହୋଇ ଏକ ପତ୍ରଥାଳିରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି।

Advertisment

ପ୍ରଶଂସକମାନେ ରଜନୀକାନ୍ତଙ୍କ ଏହି ସରଳ ଜୀବକୁ ଖୁବ ପ୍ରଶଂସା କରିଛନ୍ତି। ରଜନୀକାନ୍ତ ଦ୍ୱାରହାଟ ଏବଂ ବଦ୍ରିନାଥ ଧାମ ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟ‌ରେ ସେ ଗଙ୍ଗା ଆଳତୀ କରିବା ସହିତ ପାହଡ଼ରେ ବସି ତପସ୍ୟା କରୁଥିବାର ବି ନଜର ଆସିଛି। ଏହି ଯାତ୍ରାକୁ ନେଇ ରଜନୀକାନ୍ତ କହିଛନ୍ତି, ‘ମୋର ଏହି ଯାତ୍ରା ଖୁବ ନିଆରା ରହିଛି। ମନକୁ ଏକ ଅଦ୍ଭୁତ ଶାନ୍ତି ମିଳୁଛି।’

ରଜନୀକାନ୍ତଙ୍କ ବୃତ୍ତିଗତ ଜୀବନ କଥା କହିବାକୁ ଗଲେ ତାଙ୍କୁ ଫିଲ୍ମ ‘ଜେଲର ୨’ ରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଆସନ୍ତା ବର୍ଷ ଜୁନରେ ମୁକ୍ତିଲାଭ କରିବ। ଫିଲ୍ମର କିଛି ଅଂଶ ସୁଟିଂ ସରିଥିବା ବେଳେ ଆଉ କିଛି ଅଂଶ ଏବେ ବି ବାକି ଅଛି। ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫିଲ୍ମଟି ସୁଟିଂ କରାଯାଉଛି।

ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ଫିଲ୍ମ କୁଲିରେ ଦେଖିବାକୁ ମିଳିଥିଲା। କୁଲିକୁ ମିଶ୍ରିତ ସମୀକ୍ଷା ମିଳିଥିଲା। ସମାଲୋଚକମାନେ  ଫିଲ୍ମକୁ ନକାରାତ୍ମକ ସମୀକ୍ଷା ଦେଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ପାଇଥିଲା। ଉକ୍ତ ପ୍ରଡକ୍ସନ ହାଉସ୍ ଏବେ ‘ଜେଲର ୨’ ନିର୍ମାଣ କରୁଛି।