ମୁମ୍ବାଇ: ବଲିଉଡ୍ରେ ବିଭିନ୍ନ ପ୍ରେମ କାହାଣୀ ରହିଛି । କିଛି ସାମ୍ନାକୁ ଆସି ସାରିଛି ତ କିଛି ଏବେ ବି ପରଦା ପଛରେ ରହିଛି । ଗତ ବର୍ଷ ବଲିଉଡ୍ର ଅନେକ ପ୍ରେମୀଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ପ୍ରେମ କାହାଣୀ ଅନେକଙ୍କୁ ପ୍ରେମର ପରିଭାଷା ବୁଝାଇଥିବା ବେଳେ ଏବେ ଅଭିନେତା ରାଜକୁମାର ରାଓଙ୍କ ପ୍ରେମ କାହାଣୀ କିଭଳି ଆରମ୍ଭ ହୋଇଥିଲା, ତାହା ସାମ୍ନାକୁ ଆସିଛି । ରାଜକୁମାରଙ୍କ ପ୍ରେମିକା ପତ୍ରଲେଖା ଏ ବିଷୟରେ ଜଣାଇଛନ୍ତି ।
/sambad/media/post_attachments/wp-content/uploads/2019/02/1-131-620x400-300x194.jpg)
ସାକ୍ଷାତକାରରେ, "ପ୍ରଥମେ ମୁଁ ରାଜକୁମାରଙ୍କୁ ‘ଲଭ୍ ସେକ୍ସ ଔର ଧୋକା’ରେ ଦେଖିବା ପରେ ଏଭଳି ଅଜବ ଅଭିନେତା କିଏ ବୋଲି ମୁଁ ଭାବିଥିଲି । କିନ୍ତୁ ରାଜକୁମାର ମୋତେ ପ୍ରଥମେ ଦେଖି ମୋତେ ହିଁ ବିବାହ କରିବେ ବୋଲି ମନସ୍ଥ କରି ନେଇଥିଲେ । ଥରେ ସେ ମୋତେ ଦେଖା କରିବା ପାଇଁ ଆସୁଥିଲେ । କିନ୍ତୁ ଟ୍ରାଫିକ୍ ପାଇଁ ବିଳମ୍ବ ହେଉଥିବାରୁ ସେ କ୍ୟାବ୍କୁ ଅଧାରେ ଛାଡ଼ି ଜୁହୁ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ । ଯାହା ମୋର ମନ କିଣି ନେଇଥିଲା । ମୁଁ ଯେତେବେଳେ ରାଜକୁମାରଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲି, ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା ସତ; କିନ୍ତୁ ସେ ସମୟରେ ମଧ୍ୟ ସେ ମୋତେ ଡିଜାଇନର ବ୍ୟାଗ୍ ଉପହାରରେ ଦେଇଥିଲେ । କିନ୍ତୁ ବିଦେଶ ଯାତ୍ରା ସମୟରେ ବ୍ୟାଗ୍ଟି ଚୋରି ହୋଇ ଯାଇଥିଲା । ଯାହା ବିଷୟରେ ମୁଁ ରାଜକୁମାରଙ୍କୁ ଜଣାଇବା ପରେ ସେ ମୋତେ ସମାନ ବ୍ୟାଗ୍ କିଣି ଆଣି ଦେଇଥିଲେ" ବୋଲି କହିଛନ୍ତି ପତ୍ରଲେଖା । ଦୁହେଁ ଖୁବ୍ଶୀଘ୍ର ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।