ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଜଣେ ପରିଚିତ ଚେହେରା। ତାଙ୍କ ଅଭିନୟ ଦକ୍ଷତାରେ ସେ ଅନେକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିଛନ୍ତି। ଅଭିନେତା ରାଜକୁମାର ରାଓଙ୍କୁ ଲୋକପ୍ରିୟତା ହାସଲ କରିବା ଏତେ ସହଜ ହୋଇନଥିଲା। ଜାଣିବାକୁ ମିଳିଛି ଯେ ସେ କିଙ୍ଗ୍‌ଖାନ ଶାହାରୁଖଙ୍କୁ ଭେଟିବା ପାଇଁ ତାଙ୍କ ଘର ‘ମନତ’ ସାମ୍ନାରେ ଘଣ୍ଟା ଘଣ୍ଟା ଆପେକ୍ଷା କରି ରହୁଥିଲେ। ଅନ୍ୟ ଅଭିନେତାଙ୍କ ପରି ତାଙ୍କୁ ମଧ୍ୟ ମୁମ୍ବାଇରେ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଛି।

Advertisment

publive-image rediff.com

ରାଜକୁମାର ପୂର୍ବରୁ ଏକ ସାକ୍ଷାତ୍‌କାରେ କହିଥିଲେ ଯେ ସେ ଶାହାରୁଖ ଖାନଙ୍କର ଜଣେ ବଡ଼ ପ୍ରଶଂସକ। ଶାହାରୁଖଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଅଭିନୟ କରିବା କଥା ଚିନ୍ତା କରିଛନ୍ତି। ସେ ନିକଟରେ ଶାହାରୁଖଙ୍କ ସଂପର୍କରେ ଆହୁରି ବି ଗୋଟେ କଥା କହିଛନ୍ତି ଯେ ସେ ଯେତେବେଳେ ମୁମ୍ବାଇ ଆସିଥିଲେ ଶାହାରୁଖଙ୍କର ଏକ ଝଲକ ଦେଖିବା ପାଇଁ ‘ମନତ’ ସାମ୍ନାରେ ସେ ୭-୮ ଘଣ୍ଟା ଅପେକ୍ଷା କରି ରହୁଥିଲେ।