ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରାଜ କୁମାର ରାଓଙ୍କ ବାପା ସତ୍ୟପାଲ୍‌ ଯାଦବଙ୍କର ଗୁରୁବାର ୬୦ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁଗ୍ରାମଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ରାଜ କୁମାରଙ୍କ ବାପା ସତ୍ୟପାଲ୍‌ ଗତ ୧୭ ଦିନ ହେବ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉ ଥିଲେ। ଶେଷରେ ସେପ୍ଟେମ୍ବର ୫ ତାରିଖରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ରହିଛି। ତାଙ୍କ ସମସ୍ତ ପରିବାର ସଦସ୍ୟଙ୍କ ଉପସ୍ଥିତରେ ସତ୍ୟପାଲଙ୍କ ଶବ ସତ୍କାର ହୋଇଛି।

ରାଜକୁମାର ରାଓ ୨୦୧୭ ମସିହାରେ ତାଙ୍କ ମାଆଙ୍କୁ ହରାଇଥିଲେ। ସେ ସମୟରେ ରାଜ କୁମାର ତାଙ୍କର ଚଳଚ୍ଚିତ୍ର ‘ନିଉଟନ୍‌’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିଲେ। ନିଜ ମାଆଙ୍କ ଦେହାନ୍ତର ପରଦିନ ସେ ତାଙ୍କ ଘରେ ପହଞ୍ଚିଥିଲେ।

ଏବେ ସେ ପ୍ରିୟଙ୍କା ଚୋପ୍ରାଙ୍କ ବିପକ୍ଷରେ ଏକ ଚଳଚ୍ଚିତ୍ର ପାଇଁ ସ୍ୱାକ୍ଷର କରିଛନ୍ତି। ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ନିର୍ମାତା ହେଉଛନ୍ତି ନିଜେ ପ୍ରିୟଙ୍କା ଚୋପ୍ରା।

ସମ୍ବନ୍ଧିତ ଖବର