ରଜନୀକାନ୍ତ-ଅକ୍ଷୟ କୁମାରଙ୍କ ଫିଲ୍ମ ‘2.0’ ବଲିଉଡ୍‌ରେ ସୃଷ୍ଟି କରିବ ନୂଆ ରେକର୍ଡ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବଂ ବଲିଉଡ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାର୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘2.0’ ଭାରତୀୟ ସିନେମା ଜଗତରେ ନିଜର ଏକ ନୂଆ ଇତିହାସ ସୃଷ୍ଟି କରିଛି। କାରଣ, ଏହି ଫିଲ୍ମଟି ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫିଲ୍ମ ଭାବରେ ନିର୍ମାଣ କରାଯାଇଛି।

ଖବର ଅନୁଯାୟୀ, ନିର୍ଦ୍ଦେଶକ ଶଙ୍କରଙ୍କ ରୋବୋଟ୍‌ ପରେ ‘2.0’ଏବେ ପର୍ଯ୍ୟନ୍ତ ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ଭାବରେ ନିର୍ମିତ ହେଉଛି। ଯାହାକୁ ନେଇ ଏହା ମଧ୍ୟ ଶୁଣାଯାଉଛି କି,ଏହି ଫିଲ୍ମଟିର ନିର୍ମାଣ ବାବଦରେ ଏ ପର୍ଯ୍ୟନ୍ତ ପାଖାପାଖି ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ,ଏଥିରେ ଫିଲ୍ମର ପ୍ରଚାର ଖର୍ଚ୍ଚକୁ ଏଯାବତ୍‌ ସାମିଲ୍‌ କରାଯାଇ ନାହିଁ। ତେବେ ଏହି ଫିଲ୍ମରେ ଅନ୍ତର୍ଜାତୀୟ ମାନର ସ୍ପେସିଆଲ୍‌ ଇଫେକ୍ଟ୍‌ ରହିଥିବା କାରଣକୁ ନେଇ ଏହା ହେଉଛି ସବୁଠାରୁ ହାଇବଜେଟ୍‌ ଫିଲ୍ମ।

ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ଟକ୍କର ଦେବାପାଇଁ ବଲିଉଡ଼୍‍ର ଖିଲାଡ଼ି ବୟ୍‌ ଅକ୍ଷୟ କୁମାର୍‌ଙ୍କୁ ଦର୍ଶକ ୧୨ଟି ଅଲଗା ଅଲଗା ଅବତାରରେ ଦେଖିପାରିବେ। ଏହାସହ ରଜନୀକାନ୍ତ-ଅକ୍ଷୟ ଷ୍ଟାରର୍‌ ମୁଭି ‘2.0’ ଚୀନ୍‌ରେ ୧୫,୦୦୦ରୁ ୨୦,୦୦୦ ଫିଲ୍ମ ହଲରେ ରିଲିଜ୍‌ ହେବ।

Bollywoodlife.com

ଏ ନେଇ ମିଳିଥିବା ଖବର ମୁତାବକ୍‌ ଫିଲ୍ମ ‘2.0’ର ମ୍ୟୁଜିକ୍‌ ଆସନ୍ତା ଅକ୍ଟୋବର ୨୭ ତରିଖରେ ରିଲିଜ୍‌ ହେବାକୁ ଥିବାବେଳେ;ଏହି ଇଭେଣ୍ଟ୍‌ ପାଇଁ ଆହୁରି ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହିତ ଫିଲ୍ମ ‘2.0’ ଆସନ୍ତା ବର୍ଷ ୨୦୧୮ ନଭେମ୍ବର ମାସରେ ରିଲିଜ୍‌ କରାଯିବ।

ଫିଲ୍ମ ‘2.0’ ହାଇଦ୍ରାବାଦ୍‌ରେ ରିଲିଜ୍‌ ହେବାକୁ ଥିବାବେଳେ, ଆସନ୍ତା ଡିସେମ୍ବରରେ ଏହାର ଟ୍ରେଲର୍‌ ରିଲିଜ୍‌ ହେବ। ତେବେ ଏହି ଫିଲ୍ମଟି ୨୦୧୦ରେ ନିର୍ମିତ ‘ରୋବୋଟ୍‌’ ଫିଲ୍ମର ସିକ୍ୱେଲ୍‌ ହୋଇଥିବାବେଳେ, ପୂର୍ବରୁ ଏଥିରେ ଐଶ୍ୱର୍ଯ୍ୟା ରାୟ୍‌ ବଚ୍ଚନ ଏବଂ ରଜନୀକାନ୍ତ ଅଭିନୟ କରିଥିଲେ। ହେଲେ ଏବେ ଏହି ଫିଲ୍ମର ସିକ୍ୱେଲ୍‌ରେ ରଜନୀକାନ୍ତଙ୍କୁ ଟକ୍କର ଦେବାପାଇଁ ବଲିଉଡ଼୍‍ର ଖିଲାଡ଼ି ବୟ୍‌ ଅକ୍ଷୟ କୁମାର୍‌ଙ୍କୁ ଦର୍ଶକ ୧୨ଟି ଅଲଗା ଅଲଗା ଅବତାରରେ ଦେଖିପାରିବେ। ଏହାସହ ରଜନୀକାନ୍ତ-ଅକ୍ଷୟ ଷ୍ଟାରର୍‌ ମୁଭି ‘2.0’ ଚୀନ୍‌ରେ ୧୫,୦୦୦ରୁ ୨୦,୦୦୦ ଫିଲ୍ମ ହଲରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର