ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କ ଜାମିନ ଆବେଦନ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ କରିଛନ୍ତି। ଆଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୬ ଫେବୃଆରୀରେ ନିର୍ଦ୍ଧାରଣ କରିଛନ୍ତି। ଶୁଣାଣି ସମୟରେ ଅଭିନେତାଙ୍କ ପକ୍ଷରେ ଉପସ୍ଥିତ ଓକିଲ କୋର୍ଟକୁ ଜଣାଇଥିଲେ ଯେ ସେ ତାଙ୍କ କ୍ଲାଏଣ୍ଟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ସହ କଥା ହୋଇପାରିଲେ ନାହିଁ। ସେ କହିଥିଲେ ଯେ ଜାମିନ ଆବେଦନ ଦାଖଲ ହୋଇଛି ଏବଂ ପ୍ରତିପକ୍ଷକୁ ଉତ୍ତର ପ୍ରଦାନ ପାଇଁ ସମୟ ଦେବା ଆବଶ୍ୟକ। ଏହାସହ ମାମଲାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଅନୁରୋଧ କରାଯାଇଥିଲା। ଓକିଲ ଏହା କହିଥିଲେ କି ସେ ପରବର୍ତ୍ତୀ ତାରିଖରେ ବିସ୍ତୃତ ଦଲିଲ୍ ସହ ଆଦାଲତରେ ଉପସ୍ଥିତ ହେବେ।
ଅଧିକପଢ଼ନ୍ତୁ:ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଟାଲିର ପ୍ରଥମ ବିଜୟ
ଏହି ସମୟରେ ଦିଲ୍ଲୀ ହାଇକୋର୍ଟ କହିଥିଲେ, ଆମେ ଆପଣଙ୍କ ପ୍ରତି ସହାନୁଭୂତି ରଖିପାରୁ, କିନ୍ତୁ ଆଇନ୍ ତା ବାଟରେ ରହିବ। କୋର୍ଟର ପୂର୍ବ ଆଦେଶ ସତ୍ତ୍ୱେ ଆପଣ ସରେଣ୍ଡର କରିନଥିଲେ। ପରେ ପୁନର୍ବାର ଆଦେଶ ଜାରି ହେବା ପରେ ଆପଣ ସରେଣ୍ଡର କରିଥିଲେ।”
ଶୁଣାଣିକୁ ସ୍ଥଗିତ
ଉଲ୍ଲେଖଯୋଗ୍ୟ, ରାଜପାଲ ଯାଦବଙ୍କ ପକ୍ଷରୁ ତାଙ୍କ ବଡ଼ ଭାଇଙ୍କ ଝିଅର ବିବାହ ଅବସରରେ ଯୋଗଦେବା ପାଇଁ ଅନ୍ତରିଣ ଜାମିନ ଆବେଦନ କରାଯାଇଥିଲା। ଓକିଲ କୋର୍ଟକୁ ଏହା ମଧ୍ୟ ନିଶ୍ଚିତ କରିଥିଲେ ଯେ ଅବଶିଷ୍ଟ ରାଶି ଆଦାଲତରେ ଜମା କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ଏହି ପରିସ୍ଥିତିରେ ବଲିଉଡ୍ ଇଣ୍ଡଷ୍ଟ୍ରି ସହିତ କିଛି ଅନ୍ୟ ଲୋକ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥିବା ସୂଚନା ମିଳିଛି।
ଅଧିକପଢ଼ନ୍ତୁ:ପାକିସ୍ତାନ ସଂସଦରେ ରଖାଗଲା ତଥ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/12/67546-2026-02-12-18-46-33.jpeg)