କମେଡି ଷ୍ଟାର ରାଜପାଲ୍ ଯାଦବ ବଲିଉଡ୍ର ଏମିତି ଜଣେ ଷ୍ଟାର୍ ଯାହାଙ୍କ ବିନା କମେଡି ଚଳଚ୍ଚିତ୍ର ଯେମିତି ଅଧା। ବଲିଉଡ୍ରେ ବହୁ ସଫଳତା ଓ ବିଫଳତାର ସ୍ବାଦ ଚାଖିଥିବା ଏହି ଷ୍ଟାର୍ ପ୍ରାୟ ପ୍ରତିଟି ଚଳଚ୍ଚିତ୍ରରେ ନଜର ଆସନ୍ତି। ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର ‘କୁଲି ନମ୍ବର ୱାନ୍’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି ରାଜପାଲ୍। ଏହି ଅବସରରେ ସେ ଏକ ସାକ୍ଷାତକାରରେ ବହୁ ମଜା କଥା ସେୟାର କରିଛନ୍ତି। ସେ ଚଳଚ୍ଚିତ୍ର ସୁଟିଂ ସମୟରେ ବରୁଣଙ୍କୁ କହିଥିଲେ, ମୁଁ ତୁମ ସନ୍ତାନ ସହ ବି ଚଳଚ୍ଚିତ୍ରରେ କାମ କରିବି। ଆଉ ସେତେବେଳେ ବି ଏମିତି ହିଁ ରହିଥିବି। ଦୀର୍ଘ ୨୦ ବର୍ଷ ଧରି ବଲିଉଡ୍ରେ କାମ କରିଆସୁଥିବା ଏହି ଷ୍ଟାର୍ ବରୁଣଙ୍କ ବାପା ଡେଭିଡ୍ ଧାଓ୍ବନଙ୍କ ସହ ବି କାମ କରିଛନ୍ତି। ଏକ ସାକ୍ଷାତକାରରେ ଯୋଗ ଦେଇ ରାଜପାଲ୍ କହିଛନ୍ତି, ସେ ବରୁଣଙ୍କୁ ନିଜ ଆଖି ଆଗରେ ବଢ଼ିବାର ଦେଖିଛନ୍ତି। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଜଙ୍ଗଲ’ ବକ୍ସ ଅଫିସ୍ରେ ସଫଳ ହେବା ପରେ ସେ ଗୋଟିଏ ମାସରେ ୧୬ଟି ଚଳଚ୍ଚିତ୍ର ସାଇନ୍ କରିଥିଲେ।
ଗୋଟିଏ ମାସରେ ୧୬ଟି ଫିଲ୍ମ ସାଇନ୍ କରିଥିଲେ ରାଜପାଲ୍ ଯାଦବ
/sambad/media/post_attachments/wp-content/uploads/2020/12/rajpal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)