ଭାଇର ଆତ୍ମହତ୍ୟାକୁ ନେଇ ସୁଶାନ୍ତଙ୍କ ଭଉଣୀ କଲେ ଏହି ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ବାସ୍ତବରେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ଏହି ଖବରକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି।

DNA India

କୁହାଯାଉଛି ସୁଶାନ୍ତ କିଛିଦିନ ହେବ ଡିପ୍ରେସନ୍‌ରେ ଥିଲେ। ସୁଶାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। ପୁଲିସ ବିଭିନ୍ନ ଲୋକଙ୍କ ଠାରୁ ଯେମିତି ସୁଶାନ୍ତଙ୍କ ରୋଷେଇଆ, ଘରେ କାମ କରୁଥିବା ଗୃହ ସହାୟକ ଓ ସିଦ୍ଧାର୍ଥ ପିଠାନୀ ଓ ସୁଶାନ୍ତଙ୍କ ଭଉଣୀଙ୍କ ବୟାନ ରେକର୍ଡ କରିଛି।

ମୁମ୍ବାଇ ପୁଲିସକୁ ବୟାନ ଦେଉଥିବା ସମୟରେ ସୁଶାନ୍ତଙ୍କ ଭଉଣୀ କହିଛନ୍ତି, ‘ସୁଶାନ୍ତ ଗତ ୬ମାସ ହେବ ଡିପ୍ରେସନ୍‌ରେ ଥିଲେ। ନିକଟରେ ସେ ଔଷଧ ସେବନ କରିବା ବନ୍ଦ କରି ଦେଇଥିଲେ। ତେବେ ତାଙ୍କ ଆର୍ଥିକ ସମସ୍ୟା ଥିବା ନେଇ ଯେଉଁ କଥା ଉଠୁଛି ତାହା ଭୁଲ। କାରଣ ସୁଶାନ୍ତଙ୍କ ପାଖରେ ଯଥେଷ୍ଟ ଅର୍ଥ ଥିଲା। ତାଙ୍କର ଆର୍ଥିକ ସମସ୍ୟା ଥିବା ନେଇ କୌଣସି ବି ପ୍ରଶ୍ନ ଉଠୁ ନାହିଁ। କିନ୍ତୁ ଏକ ସପ୍ତାହ ହେବ ତାଙ୍କର ଶରୀର ଅସୁସ୍ଥ ଥିଲା। ସୁଶାନ୍ତ ମୃତ୍ୟୁ ପୂର୍ବରୁ ବଲିଉଡ୍‌ର ଜଣେ ଅଭିନେତ୍ରୀଙ୍କୁ ଫୋନ୍‌ କରିଥିଲେ ବୋଲି ବି ଯେଉଁ କଥା ଉଠୁଛୁ ସେଥିରେ କିଛି ବାସ୍ତବତା ନାହିଁ, ଏକ ଗୁଜବ ଉଠିଛି।’

ତେବେ ସୁଶାନ୍ତଙ୍କ ଭଉଣୀଙ୍କ ଏହି ବୟାନ୍‌କୁ ଆଧାର କରି କୁହାଯାଉଛି କି ଡିପ୍ରେସନ୍‌କୁ ଚାଲି ଯାଇ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି।

 

ସମ୍ବନ୍ଧିତ ଖବର