ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ସୋସିଆଲ୍‌ ମିଡିଆରେ ଏହି ପୋଷ୍ଟ୍‌ କରିଥିଲେ ରାଜୁ

ମୁମ୍ବାଇ: କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ, ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ରାଜୁ ଶ୍ରୀବାସ୍ତବ ଦୀର୍ଘ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଶେ‌ଷରେ ଆଖି ବୁଜି ଦେଇଛନ୍ତି।

ତେବେ ରାଜୁଙ୍କ ପରଲୋକ ପରେ ତ‌ାଙ୍କର ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ଟି ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ରାଜୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପୂର୍ବରୁ ତ‌ାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରିଥିଲେ। ସେହି ପୋଷ୍ଟ୍‌ଟି ଏବେ ଲୋକଙ୍କ ଆଖି ଲୁହର କାରଣ ସାଜିଛି। ରାଜୁଙ୍କ ମଜାକିଆ ଅନ୍ଦାଜର ସେହି ପୋ‌ଷ୍ଟ୍‌ରେ ଅନେକ ବ୍ୟବହାରକାରୀ ତାଙ୍କ ସୁସ୍ଥତା କାମନା କରି କମେଣ୍ଟ୍‌ ବି କରିଛନ୍ତି।

ପୋଷ୍ଟ୍‌ କରିଥିବା ଭିଡିଓରେ ରାଜୁ କରୋନା କଲର୍‌ ଟ୍ୟୁନ୍‌ ବିଷୟରେ କହୁଥିବାର ନଜର ଆସିଛନ୍ତି। କିପରି ଅମିତାଭ ବଚ୍ଚନଙ୍କ କଣ୍ଠସ୍ବରରେ ପୂର୍ବରୁ କରୋନା କଲର୍‌ ଟ୍ୟୁନ୍‌ ଶୁଭୁଥିଲା ତାହାକୁ ମନେ ପକାଇ ରାଜୁ ଶଶୀ କପୁର ଓ ବିନୋଦ ଖାନା ଏହି ବିଜ୍ଞାପନ ପାଇଁ କଣ୍ଠ‌ ଦେଇଥିଲେ କିପରି ଶୁଭିଥାନ୍ତା ବୋଲି କହି ମିମିକ୍ରି କରୁଛନ୍ତି।

 

ତେବେ ରାଜୁଙ୍କ ଅକାଳ ବିୟୋଗରେ ପୂରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଆଧୁନିକ ସମାଜରେ ଜୀବନର ବ୍ୟବସ୍ତତାକୁ ନେଇ ଉଦାସ ହୋଇପଡୁଥିବା ମଣିଷକୁ ହସେଇ ହସେଇ ବେଦମ କରୁଥିଲେ ରାଜୁ ଶ୍ରୀବାସ୍ତବ । ୧୯୬୩ ଡିସେମ୍ପର ୨୫ ତାରିଖ କାନପୁରରେ ଜନ୍ମଗ୍ରହଣ କରିଥିଲେ ରାଜୁ ଶ୍ରୀବାସ୍ତବ । ପିଲାବେଳୁ ହିଁ ଭାରି ଗପୁଡା ଥିଲେ ରାଜୁ । ସମସ୍ତଙ୍କୁ ମଜା ମଜା କଥାରେ ହସେଇବା ତାଙ୍କର ଏକ ସହଜାତ ଗୁଣ ଥିଲା । ସ୍କୁଲରେ ପାଠ ପଢା ସମୟରେ ପଢା ଅପେକ୍ଷା ହସମଜାକରେ ଅଧିକ ସମୟ କାଟୁଥିଲେ । ଅନେକ ସମୟରେ ଶକ୍ଷକ ମାନଙ୍କର ମିମିକ୍ରି କରି ସାଙ୍ଗ ମାନଙ୍କୁ ହସାଉଥିଲେ । ସ୍କୁଲରେ ଯେତେବେଳେ କ୍ରିକେଟ ଟୁର୍ଣ୍ଣମେଣ୍ଟ ହେଉଥିଲା ତାଙ୍କୁ କମେଣ୍ଟ୍ରି କରିବାକୁ ଡାକରା ପଡୁଥିଲା।

ତାଙ୍କର ମଜାଳିଆ ଅନ୍ଦାଜ ହିଁ ତାଙ୍କୁ କମ୍ ବୟସରୁ ସମସ୍ତଙ୍କ ପାଖରେ ଲୋକପ୍ରିୟ କରିବାକୁ ଆରମ୍ଭ କଲା । ଯେତେବେଳେ ପଡେଶୀଙ୍କ ଘରେ କୌଣସି ଜନ୍ମିଦନ ବା ପାର୍ଟି , ମହୋତ୍ସବ ହୁଏ ପାଇଁ ରାଜୁଙ୍କୁ ଡାକନ୍ତି । ଯୁଆଡେ ଯାଉଥିଲେ ଘରକୁ ଫେରିବାକୁ ଡେରି କରୁଥିଲେ । ଫଳରେ ଘରେ ମା’ଙ୍କ ଠାରୁ ଗାଳି ଶୁଣିବାକୁ ପଡୁଥିଲା ।

 

ସମ୍ବନ୍ଧିତ ଖବର