ରାଜୁ ଶ୍ରୀବାସ୍ତବ ଏବେ ବି ଭେଣ୍ଟିଲେଟରରେ

ମୁମ୍ବାଇ : ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ ଏବେବି ଭେଣ୍ଟିଲେଟରରେ ଅଛନ୍ତି। ଅଗଷ୍ଟ ୧୦ରେ ହୃଦଘାତ ହେବାପରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କର ସଂଜ୍ଞା ଫେରିନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଛି। ହେଲେ ତାଙ୍କର ଚେତା ଫେରୁ ନଥିବାରୁ ଡାକ୍ତର ଏବଂ ପରିବାର ପାଇଁ ଚିନ୍ତାର ବିଷୟ ହୋଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା କହିଥିଲେ, ମୁଁ କେବଳ ଏତିକି କହିପାରେ ଯେ ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଏବେବି ଭେଣ୍ଟିଲେଟରରେ ଅଛନ୍ତି। ଡାକ୍ତରୀ ଦଳ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ସେ ସୁସ୍ଥ ହୋଇ ଫେରି ଆସିବା ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ।

ସମ୍ବନ୍ଧିତ ଖବର