‘ମନ ମୋର କାଗଜ ଗୁଡ଼ି’ରେ ରାକେଶ-ଭୂମିକା ଯୋଡ଼ି

ମୌଳିକ କଥାବସ୍ତୁକୁ ନେଇ ନିର୍ମିତ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’। ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ୍ ଦେଇ ଶୁଭାରମ୍ଭ କରିଛନ୍ତି। ଦୀର୍ଘଦିନ ଧରି ମୁଖ୍ୟ ସହଯୋଗୀ ନିର୍ଦେଶକ ଦାୟିତ୍ବ ତୁଲାଇ ଆସିଥିବା ଦେବଜ୍ୟୋତି ପାତ୍ର ନିର୍ଦେଶନା ଦେଉଥିବା ବ‌େଳେ ରାକେଶ-ଭୂମିକା ଯୋଡ଼ିର ଏହା ପ୍ରଥମ ଚଳଚ୍ଚିତ୍ର। ପ୍ରୀତିରାଜ, ଐଶ୍ବର୍ଯ୍ୟା, ମମତା, ବୀରେନ୍‌, ଗୁଡୁ, ଜ୍ଞାନ ଅନ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

ଯୁବ ଉଦ୍ୟୋଗୀ ଶିବିର ପରିଡ଼ା, ଲକ୍ଷ୍ମୀପ୍ରିୟା ପରିଡ଼ା ପ୍ରଯୋଜନା କରୁଥିବା ବେଳେ ସହ ପ୍ରଯୋଜକ ଅଛନ୍ତି ବିବେକାନନ୍ଦ ବାରିକ ଓ ପାର୍ବତୀ ବାରିକ। ସଂଗୀତ ଦେଇଛନ୍ତି ଜାପାନୀ। ଦିବ୍ୟସିଂହ ରାୟ କାହାଣୀ, ମାନସ ପଢ଼ିଆରୀ ସଂଳାପ, ବସନ୍ତ ରାଜ ସାମଲ ଓ ସୁବ୍ରତ ସ୍ବାଇଁ ଗୀତ ଲେଖିଛନ୍ତି। ଚାପର ବଶବର୍ତୀ ଯୁବପିଢ଼ି ବାଟବଣା ହେଉଥିବା ବେଳେ ଏହା କିଭଳି ସେମାନଙ୍କୁ ବାଟକୁ ଆଣିବାର ରାସ୍ତା ଦେଖାଉଛି ତାହା ଫିଲ୍ମରେ ଦେଖିବାକୁ ମିଳିବ ବୋଲି ନିର୍ଦେଶକ କହିଛନ୍ତି। ନଭେମ୍ବର ୧୩ ତାରିଖରେ ଏହା ଫ୍ଲୋର୍‌କୁ ଆସିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର

Comments are closed.