ନିଜ ନାଆଁ କାହିଁକି ଜଣେ ପୁରୁଷଙ୍କ ନାମ ରଖାଯାଇଥିଲା, ତାହାର ଖୁଲାସା କଲେ ୨୫ ଲକ୍ଷ ଟଙ୍କା ଜିତିଥିବା ମହିଳା ରାକେଶ ଶର୍ମା

ମୁମ୍ବାଇ: କେବିସି(କୌନ ବନେଗା କରୋଡପତି)ର ୧୧ତମ ସଂସ୍କରଣରେ ହଟସିଟରେ ନଜର ଆସିଥିଲେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସହିତ କାମ କରିଥିବା ମହିଳା ରାକେଶ ଶର୍ମା। ସେ ଏହି ସୋ’ରେ ପ୍ରତିଯୋଗୀ ବନି ୨୫ ଲକ୍ଷ ଟଙ୍କା ଜିତିବାରେ ସଫଳ ହୋଇଛନ୍ତି ।ଏଥିରେ ତାଙ୍କ ନାମକରଣକୁ ନେଇ ଅମିତାଭ ପ୍ରଶ୍ନ କରିଥିଲେ । କାରଣ ରାକେଶ ସାଧାରଣତଃ ପୁରୁଷଙ୍କ ନାମ।

ଏହାର ଉତ୍ତରରେ ରାକେଶ ଶର୍ମା କହିଥିଲେ ଯେ ତାଙ୍କ ବାପାଙ୍କୁ ରାକେଶ ନାଆଁଟି ଖୁବ୍ ଭଲ ଲାଗେ। ଏଥିଲାଗି ବାପା ଝିଅର ନାଆଁ ରଖିଥିଲେ ରାକେଶ। ଆହୁରି ମଧ୍ୟ ସେ କହିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମ ଆଜାଦଙ୍କ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ପାଇବା ବେଳେ ତାଙ୍କୁ କୁହାଯାଇଥିଲା ଯେ ସମସ୍ତେ ଭାବିଥିଲେ ବୋଧହୁଏ ରାକେଶ ଶର୍ମା ଜଣେ ପୁରୁଷ ହୋଇଥିବେ।

राकेश शर्मा
photo-amarujala

ଅମିତାଭ ବଚ୍ଚନଙ୍କୁ ସେ ଏହି ସୋ’ରେ ଏକ ପୁସ୍ତକ ଉପହାର ଦେଇଥିଲେ । ରାକେଶ ଶର୍ମାଙ୍କଠାରୁ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ କବିତା ସଂଗ୍ରହ ପୁସ୍ତକ ପାଇ ଅମିତାଭ ବଚ୍ଚନ ବହୁତ ଖୁସି ହୋଇଥିଲେ ।

ସମ୍ବନ୍ଧିତ ଖବର