ସନ୍ନିଙ୍କ ଉପରେ ରାକ୍ଷୀଙ୍କ ଆରୋପ: ପର୍ଣ୍ଣଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ଫୋନ ନମ୍ବର

ସନ୍ନି ଲିଓନ ବଲିଉଡରେ ପାଦ ରଖିବା ଦିନଠାରୁ ହିଁ ରାକ୍ଷୀ ସାଓ୍ଵାନ୍ତ ତାଙ୍କ ଉପରେ ଅନେକ ଅରୋପ ଲଗାଇ ଆସିଛନ୍ତି । ତେବେ ରାକ୍ଷୀଙ୍କ ଆରୋପର କେବେ ମଧ୍ୟ ପ୍ରତିଉତ୍ତର ଦେଇନାହାନ୍ତି ସନ୍ନି । ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରହିଥିବା ରାକ୍ଷୀ ପୁଣି ଥରେ ସନ୍ନିଙ୍କ ଉପରେ ଲଗାଇଛନ୍ତି ଆରୋପ ।

ରାକ୍ଷୀଙ୍କ ଅନୁଯାୟୀ , ‘ମତେ ପର୍ଣ୍ଣଇଣ୍ଡଷ୍ଟିରୁ ବାରମ୍ବାର ଫୋନ ଆସିବା ସହ ଭିଡ଼ିଓ ପାଇଁ ଅନେକ ଅଫର ଆସିଲା । ସେମାନେ ମେଡ଼ିକାଲ ସାର୍ଟିଫିକେଟ ମାଗିବା ସହ ଭଲ ଟଙ୍କା ଅଫର କରିଥିଲେ । ମୁଁ ମରି ଯିବି କିନ୍ତୁ ଏମିତି କିଛି କାମ କରିପାରିବିନି । ମୁଁ ମନ ଏବଂ ପ୍ରାଣରୁ ଭାରତୀୟ । ମୋ ପାଇଁ ମୋର ଆତ୍ମସମ୍ନାନ ବଡ଼। ସେ ଯେତେବେଳେ ଫୋନ କରିଥିବା ବ୍ୟକ୍ତିଙ୍କୁ ପଚାରିଲେ ତାଙ୍କୁ କିଏ ନମ୍ବର ଦେଲେ ସେ ସନ୍ନିଙ୍କ ନାମ ନେଇଥିଲେ ।’

NDTV Movies

ରାକ୍ଷୀ କହିଛନ୍ତି ସନ୍ନି ତାଙ୍କୁ ପ୍ରତି ଇର୍ଷା କରନ୍ତି । ସୋସିଆଲ ମିଡିଆରେ ରାକ୍ଷୀ ତାଙ୍କ ଯମଜ ଶିଶୁଙ୍କ ପାଇଁ ସନ୍ନିଙ୍କୁ ଅଭିନନ୍ଦନ ଜଣାଇଥିଲେ । କିନ୍ତୁ ସନ୍ନି ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ କରି ରାକ୍ଷୀ ତାଙ୍କ ପ୍ରତି ଇର୍ଷା କରନ୍ତି ବୋଲି ପଚାରିଥିଲେ । ଏହା ସହ ରାକ୍ଷୀ କହିଛନ୍ତି , ‘ମୁଁ ବଲିଉଡରେ ବହୁତ ଭଲ କାମ କରିଛି । ମୁଁ କାହିଁକି ତାଙ୍କ ପ୍ରତି ଇର୍ଷାଭାବ ରଖିବି । ମୁଁ ବଲିଉଡରେ ରିମିକ୍ସ ଯୁଗ ଆଣିଲି । ମୁଁ ଏମିତି କାମ କରିଛି ଯାହାକୁ ଏକ ପରିବାର ବସି ଏକାଠି ଦେଖିପାରିବେ । ଆଉ ମୁଁ ଆଶା କରେ କି ପର୍ଣ୍ଣଇଣ୍ଡଷ୍ଟି ସହ ସଂପର୍କ ରଖିଥିବା ବ୍ୟକ୍ତିମାନେ ମୋ ନାମ ଏବଂ ନମ୍ବରର ଭୁଲ ବ୍ୟବହାର ନକରନ୍ତୁ ।’

ସମ୍ବନ୍ଧିତ ଖବର