ମୁଁ ବି ଭଲ ଅଭିନେତ୍ରୀ ବୋଲି ପ୍ରମାଣ କରିବି; ୱେବ ସିରିଜ୍ ମିଳିବା ପରେ ଏଭଳି କହିଲେ ରାକ୍ଷୀ

ମୁମ୍ବାଇ: ମା’ଙ୍କୁ ହରାଇବା ପରେ ପରେ ସ୍ବାମୀ ଧୋକା ଦେଇଥିଲେ। ହେଲେ ସବୁ ଦୁଃଖ ସହିବା ପରେ ଏବେ ଧୀରେ ଧୀରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ଏସବୁରୁ ବାହାରକୁ ଆସିବା ପାଇଁ ନିଜକୁ କାମରେ ବ୍ୟସ୍ତ ରଖିବା ସହ ଦୁବ‌ାଇରେ ନିଜର ଆକ୍ଟିଙ୍ଗ ଏକାଡେମୀ ଖୋଲିଛନ୍ତି ରାକ୍ଷୀ। ଏହା ସହ ତାଙ୍କୁ ଏକ ୱେବ ସିରିଜ୍ ମଧ୍ୟ ମିଳିଥିବା କହିଛନ୍ତି ରାକ୍ଷୀ। ଏହି ୱେବ ସିରିଜ୍ ମିଳିବା ପରେ ରାକ୍ଷୀ କହିଛନ୍ତି ଯେ, ମୁଁ ବି ଭଲ ଅଭିନେତ୍ରୀ ବୋଲି ପ୍ରମାଣ କରିବି।

ତାଙ୍କ କହିବା ମୁତାବକ, “ଏହି ସିରିଜ୍ ମାଧ୍ୟମରେ ମୁଁ ଦର୍ଶକଙ୍କୁ ଦେଖାଇବି ଯେ ମୁଁ ଜଣେ ଭଲ ଅଭିନେତ୍ରୀ। ଯଦି ମୁଁ ଲୋକମାନଙ୍କୁ ହସାଇ ପାରିବି, ତେବେ ମୁଁ ସେମାନଙ୍କୁ କନ୍ଦାଇ ମଧ୍ୟ ପାରିବି। ମୁଁ ସମସ୍ତଙ୍କୁ ପ୍ରମାଣ କରି ଦେଖାଇବି ଯେ ମୁଁ କେବଳ ଜଣେ ଭଲ ନୃତ୍ୟଶିଳ୍ପୀ ନୁହେଁ, ଜଣେ ଭଲ ଅଭିନେତ୍ରୀ ମଧ୍ୟ। ”

ଏହା ପୂର୍ବରୁ ଆଦିଲଙ୍କୁ ନେଇ ତାଙ୍କର କ’ଣ ଯୋଜନା ବିଷୟରେ ରାକ୍ଷୀ କହିଥିଲେ ଯେ, “ମୁଁ ତାଙ୍କୁ କେବେ ବି ଛାଡପତ୍ର ଦେବି ନାହିଁ, କିନ୍ତୁ ମୁଁ ତାଙ୍କୁ ମୋ ଜୀବନକୁ ମଧ୍ୟ କେବେବି ଫେରାଇ ଆଣିବି ନାହିଁ। କାରଣ ବର୍ତ୍ତମାନ ତାଙ୍କୁ ଫେରାଇ ଆଣିବାରେ ବିପଦ ରହିଛି। ମୁଁ ଜାଣେ ଯେ ଯଦି ସେ ଫେରି ଆସନ୍ତି ତେବେ ସେ ମୋଠାରୁ ପ୍ରତିଶୋଧ ନେବେ।”

ସମ୍ବନ୍ଧିତ ଖବର