ମୁମ୍ବାଇ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ରାଖି ସାୱନ୍ତ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ। ନିଜ ଦ୍ବିତୀୟ ସ୍ବାମୀଙ୍କ ସହ ତାଙ୍କ ବିବାଦକୁ ନେଇ ଗତ କିଛି ମାସ ହେବ ଚର୍ଚ୍ଚାରେ ରହିଥିବା ରାଖି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାମ୍ନାକୁ ଆସିଛି । ଡାକ୍ତରଖାନା ବେଡରେ ରାଖି ଶୋଇଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ, ହୃଦ ସମସ୍ୟା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ରାଖୀ ସାୱନ୍ତଙ୍କ ଭାଇରାଲ୍ ହେଉଥିବା ଫଟୋରେ ରାଖିଙ୍କ ଅବସ୍ଥା ବହୁତ ଖରାପ ଥିବା ଦେଖିବାକୁ ମିଳିଛି । ଗୋଟିଏ ଆଙ୍ଗୁଠିରେ ଅକ୍ସିମିଟର ଲାଗିଥିବା ବେଳେ ଅନ୍ୟ ହାତରେ ରକ୍ତଚାପ ମାପିବାର ମେସିନ ଲଗାଇ ନର୍ସ ରକ୍ତଚାପ ମାପୁଛନ୍ତି । ଏହି ଫଟୋ ଦେଖିବା ପରେ ରାଖିଙ୍କ ପ୍ରଶଂସକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି ଏବଂ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପ୍ରକୃତରେ ରାଖି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କି ନାହିଁ ଏବଂ ଯଦି ହୋଇଛନ୍ତି, ତାଙ୍କର କେଉଁ ରୋଗ ହୋଇଛି ତାହା ସାମ୍ନାକୁ ଆସିନାହିଁ ।
ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ସୂଚନା ଦେଇଥିଲେ ଯେ ସେ ଖୁବ୍ ଶୀଘ୍ର ରାଖିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ରିପୋର୍ଟ ଆସିନାହିଁ ।