ଇସଲାମ ଧର୍ମ ଗ୍ରହଣ କରିବା ପରେ ଦିନକୁ ୫ଥର ନମାଜ ପଢ଼ୁଛି: ରାକ୍ଷୀ ସାୱନ୍ତ

ମୁମ୍ବାଇ: ଆଦିଲ ଖାନ୍ ଦୁରାନୀଙ୍କୁ ଦ୍ବିତୀୟ ବିବାହ କରିବା ପରେ ଧର୍ମ ବଦଳାଇଥିବା କହିଥିଲେ ରାକ୍ଷୀ। ସେ ରାକ୍ଷୀରୁ ଫାତିମା ହୋଇଥିବା ଗଣମାଧ୍ୟମକୁ ଜଣାଇଥି‌ଲେ। ଏବେ ସ୍ବାମୀଙ୍କ ସହ ବିବାଦ ଚାଲିଥିଲେ ବି ସେ ଇସଲାମ ଧର୍ମ ଗ୍ରହଣ କରିଥିବାରୁ ରୋଜା ରଖିବେ ବୋଲି କହିଛନ୍ତି।

ସେ କହିଛନ୍ତି “ମୋର ଖାଲିଦ ମାମୁ, ୱାହିଦ୍ ଭାଇ… ସେମାନେ ଜାମା ମସଜିଦ୍ ପାଇଁ ଭିସା ପାଇବାକୁ ଚେଷ୍ଟା କରୁଛନ୍ତି। ଭିସା ମିଳିଲେ ମୁଁ ଉମରାହ ଯାଇପାରିବି। ମୁଁ ଏବେ ରୋଜା ଠିକ୍ ଭାବରେ ରଖିବାକୁ ଚାହୁଁଛି, ଯାହାଦ୍ବାରା ମୋର ପାପ ଧୋଇଯିବ। ଯଦି ମୁଁ ରମଜାନ ସମୟରେ ଉମରାହ ଯାଏ, ତେବେ ମୋର ଭାଗ୍ୟ ଖୋଲିଯିବ। ମୁଁ ପ୍ରତିଦିନ ପାଞ୍ଚଥର ନମାଜ ପଢ଼ୁଛି। ସେହି ଉପରବାଲା ଚାହିଁଲେ ମୁଁ ଉମରାହ ଯାଇପାରିବି।

ତେବେ ମା’ଙ୍କୁ ହରାଇବା ପରେ ପରେ ସ୍ବାମୀ ଧୋକା ଦେଇଥିଲେ। ହେଲେ ସବୁ ଦୁଃଖ ସହିବା ପରେ ଏବେ ଧୀରେ ଧୀରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ଏସବୁରୁ ବାହାରକୁ ଆସିବା ପାଇଁ ନିଜକୁ କାମରେ ବ୍ୟସ୍ତ ରଖିବା ସହ ଦୁବ‌ାଇରେ ନିଜର ଆକ୍ଟିଙ୍ଗ ଏକାଡେମୀ ଖୋଲିଛନ୍ତି ରାକ୍ଷୀ। ଏହା ସହ ତାଙ୍କୁ ଏକ ୱେବ ସିରିଜ୍ ମଧ୍ୟ ମିଳିଥିବା କହିଛନ୍ତି ରାକ୍ଷୀ। ଏହି ୱେବ ସିରିଜ୍ ମିଳିବା ପରେ ରାକ୍ଷୀ କହିଛନ୍ତି ଯେ, ମୁଁ ବି ଭଲ ଅଭିନେତ୍ରୀ ବୋଲି ପ୍ରମାଣ କରିବି।

ସମ୍ବନ୍ଧିତ ଖବର