ତନୁଶ୍ରୀଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ: କହିଲେ; ୧୨ବର୍ଷ ପୂର୍ବରୁ ମୋ ସହ ଦୁଷ୍କର୍ମ କରିଥିଲେ ତନୁଶ୍ରୀ

ମୁମ୍ବାଇ : କିଛି ଦିନ ତଳେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପଟେକର,କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବଂ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ଯୌନ ଶୋଷଣର ଅଭିଯାଗ ଆଣିବା ପରେ ସାରା ଦେଶରେ ଏହି ଖବର ଚହଳ ପକାଇଥିଲା । ତନୁଶ୍ରୀଙ୍କ ଏହି ଅଭିଯୋଗ ପରେ ବଲିଉଡ୍‌ର ଅନେକ ଅଭିନେତ୍ରୀ #ମି ଠୁ ଜରିଆରେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ କହିବା ପାଇଁ ସାହସ କରିଥିଲେ । ତନୁଶ୍ରୀଙ୍କ ଏହି ଅଭିଯୋଗର ପ୍ରଭାବ ନାନାଙ୍କ କ୍ୟାରିୟରରେ ପଡ଼ିଥିବା ବେଳେ ତାଙ୍କୁ ‘ହାଉସ୍‌ଫୁଲ-୪’ରୁ ବାହାର କରି ଦିଆଯାଇଛି । ପୂର୍ବରୁ ତନୁଶ୍ରୀ-ନାନା ବିବାଦକୁ ନେଇ ନାନାଙ୍କୁ ସମର୍ଥନ ଜଣାଇଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ଏବେ ତନୁଶ୍ରୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାକ୍ଷୀ କହିଥିଲେ, ମୁଁ ଏବେ #ସି ଠୁ ଆରମ୍ଭ କରିବି । ତନୁଶ୍ରୀ ସମଲିଙ୍ଗୀ ବୋଲି ଦାବି କରିବା ସହ ୧୨ବର୍ଷ ତଳେ ସେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରାକ୍ଷୀ । ସେ ସମୟରେ ରାକ୍ଷୀ ତନୁଶ୍ରୀଙ୍କ ଭଲ ବନ୍ଧୁ ଥିବା ସହ ତନୁଶ୍ରୀ ତାଙ୍କୁ ଅନେକ ନିଶା ଜିନିଷ ପିଇବାକୁ ଦେଉଥିଲେ । ରାକ୍ଷୀ ନିଶାଗ୍ରସ୍ତ ହେବା ପରେ ତନୁଶ୍ରୀ ତାଙ୍କ ସହ ଦୁଷ୍କର୍ମ କରୁଥିଲେ ବୋଲି ରାକ୍ଷୀ ସମସ୍ତଙ୍କୁ ଜଣାଇଛନ୍ତି । ରାକ୍ଷୀଙ୍କ ଏହି ସାକ୍ଷାତକାରର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଭିଡିିଓରେ ତାଙ୍କର ଏକ ଅଲଗା ଅବତାର ଦେଖିବାକୁ ମିଳିଛି । ଗୋଲାପି ଶାଢ଼ି ପିନ୍ଧି ସେ ସାକ୍ଷାତକାରକୁ ଆସିଥିବା ବେଳେ ତାଙ୍କର ସେ ଅବତାର ଉପସ୍ଥିତ ଲୋକଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଥିଲା । କିନ୍ତ ପରେ ତନୁଶ୍ରୀଙ୍କୁ ନେଇ ସେ ଯାହା ଯାହା କହି ଚାଲିଥିଲେ । ତାହା ଉପସ୍ଥିତ ଲୋକଙ୍କ ପାଇଁ ବିଶ୍ୱାସ କରିବା ସମ୍ଭବ ନଥିଲା ।

ସମ୍ବନ୍ଧିତ ଖବର